ଧର୍ମଗଡ ବ୍ଲକ ଧଅରପୁର ପଞ୍ଚାୟତ ଅନ୍ତର୍ଗତ ଆମ୍ବଗୁଡା ଗ୍ରାମରେ ଆଜି ବ୍ରଜ ଘାତ ରେ ଜଣକ ର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତ୍ୱ ହୋଇଥିବା ଜଣାପଡିଛି।ଗୁରୁବାର ଦିନ ଅପରାହ୍ନ ୧,୩୦ ଘଣ୍ଟା ସମୟରେ ଘଡଘଡି ସହ ବର୍ଷା ହୋଇଥିଲା ।ଠିକ ଏହି ସମୟରେ ଗ୍ରାମର ପ୍ରଦୀପ ଧରୁଆ (୨୦) ପିତା ମହେନ୍ଦ୍ର ଧାରୁଆ , ଯୁଗେଶ୍ୱର ମାଝୀ ୨୫ ପିତା ଗୁଣ ମାଝୀ ବିଲରେ କାମ ସାରି ଘରକୁ ଫେରିଥିଲେ । ହଠାତ ବ୍ରଜ ଘାତ ହେବାପରେ ପ୍ରଦୀପ ଧରୁଆ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଯୁଗେଶ୍ୱର ଅତି ଗୁରୁତ୍ୱ ହୋଇ ପଡ଼ିଥିଲେ।ଗୁରୁତର ଯୁଗେଶ୍ୱର ଙ୍କୁ ଗାଁ ଲୋକେ ଉଦ୍ଧାର କରି ଆମ୍ବୁଲେନ୍ସ ଯୋଗେ ଧର୍ମଗଡ ଡାକ୍ତର ଖାନା କୁ ନେଇଥିବା ଜଣାପଡିଛି।ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟ ଥିବା ସୂଚନା ମିଳିଛି। ଖବର ପାଇ ଧନର ପୁର ସରପଞ୍ଚ ପ୍ରତିନିଧି ଧର୍ମାନନ୍ଦ ସେଠିଆ ଘଟଣା ସ୍ଥଳ କୁ ଆସି କୋକସରା ପୋଲିସ କୁ ଜଣାଇଥିଲେ। କୋକସରା ପୋଲିସ ଘଟଣା ସ୍ଥଳ କୁ ଆସି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତର ଖାନା କୁ ପଠାଇଥିବା ଜଣାପଡିଛି।
