Odia News Portal

ନାତି ମାଡ଼ରେ ଜେଜେବାପା ମୃତ

ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ପରଜା ସିଲା ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ନାତିର ମାଡ଼ରେ ଜେଜେବାପାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋବର୍ଦ୍ଧନ ନାୟକ। ଅଭିଯୁକ୍ତ ମୋହନକୁ ଥାନାରେ ଅଟକ ରଖି ପୁଲିସ ପଚରାଉଚରା ଜାରି ରହିଛି।
ସୂଚନା ଅନୁଯାୟୀ, ଆଜି ସକାଳେ ଗୋବର୍ଦ୍ଧନ ନାୟକ(୬୫) ନିଜ ଘର ପିଣ୍ଢାରେ ବସିଥିବା ବେଳେ ହଠାତ୍ ନାତି ମୋହନ ନାୟକ ତାଙ୍କୁ ଟଙ୍କା ମାଗିଥିଲା। ଗୋବର୍ଦ୍ଧନ କିନ୍ତୁ ତାଙ୍କ ପାଖରେ ନାହିଁ ବୋଲି କହିଥିଲେ। ଏହାଛଡ଼ା ବାରମ୍ବାର ଟଙ୍କା ମାଗି କାହିଁକି ହଇରାଣ କରୁଛୁ ବୋଲି ରାଗିଯାଇ କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ମୋହନ ଜେଜେବାପାଙ୍କୁ ମାଡ଼ ମାରିଥିଲା। ସେହି ସମୟରେ ଗୋବର୍ଦ୍ଧନ ନାୟକଙ୍କ ମୁଣ୍ଡ ଏକ ପଥରରେ ବାଜି ଯାଇଥିଲା। ଏହାଫଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।