Odia News Portal

ପାଣିରେ ପଡ଼ି ୪ ଶିଶୁ ମୃତ

ପାଣିରେ ବୁଡ଼ି ୪ ମୃତ। କୋରାପୁଟ ସଦର ଥାନା ମାଝିଗୁଡ଼ା ନିକଟରେ ଅଭାବନୀୟ ଘଟଣା। ସୂଚନା ପାଇଘଟଣାସ୍ଥଳରେ ଅଗ୍ନିଶମବାହିନୀ ଓ କୋରାପୁଟ ସଦର ଥାନା ପୋଲିସ ପହଞ୍ଚିଛି । ପାଣିରେ ବୁଡ଼ି ୩ ନାବାଳିକା ଓ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସ। ମୃତକ ମଧ୍ୟରେ ୩ ଜଣ ବାଳିକା ଓ ଜଣେ ବାଳକ ଅଛନ୍ତି । ଗ୍ରାମବାସୀ ଶବକୁ ଉଧାର କରିଛନ୍ତି ।