Odia News Portal

ଆଇପିଏଲ ଆରମ୍ଭ ହେବା ପୂର୍ବରୁ ନିଜ ଦଳକୁ ନେଇ ଏମିତି କହିଲେ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍

ନୂଆଦିଲ୍ଲୀ: ଆଇପିଏଲ ୧୪ତମ ସଂସ୍କରଣର ଦ୍ୱିତୀୟ ଭାଗ ମ୍ୟାଚ ଆସନ୍ତା ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଯାଉଛି । ସବୁଦଳ ଏବେଠାରୁ ଅଭ୍ୟାସ ଆରମ୍ଭ କରିଲେଣି । ତେବେ ଏହାରି ଭିତରେ ଦିଲ୍ଲୀ କ୍ୟାପିଟାଲ୍ସର କୋଚ୍ ପ୍ରବୀଣ ଆମ୍ରେ କହିଛନ୍ତି କି, ଆମ ଦଳ ପୁଣି ପ୍ରଥମରୁ ଖେଳ ଆରମ୍ଭ କରିବ । ଦଳ ବ୍ୟାଟିଂ ବୋଲିଂ ସହ ସନ୍ତୁଳନ ଉପରେ ଧ୍ୟାନ ଦେବ । ଦମଦାର ପ୍ରଦର୍ଶନ କରି ଟାଇଟଲ ହାସଲ କରିବ । କହି ରଖୁଛୁ କି, ଆଇପିଏଲର ୧୪ତମ ସଂସ୍କରଣରେ ଦିଲ୍ଲୀ ୮ଟି ମ୍ୟାଚରୁ ୧୨ ପଏଣ୍ଟ ସହ ଶୀର୍ଷରେ ରହିଛି ।