Odia News Portal

ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: କରୋନା ଚେନକୁ ଭାଙ୍ଗିବା ଲାଗି ଲାଗି ରହିଛି ଲକଡାଉନ ଏବଂ ସଟଡାଉନ । ଲୋକଙ୍କ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର କରୁଛନ୍ତି ସଚେତନ । ଏହାରି ଭିତରେ ଜୀବନ ସହ ଜୀବିକାର କଥା ମଧ୍ୟ ଉଠୁଛି । ଲକଡାଉନ ଲାଗି ରହିବା ଫଳରେ ବ୍ୟବସାୟୀଙ୍କ ବେପାରରେ ଅନେକ ସମସ୍ୟା ସବୁ ଉପୁଜଛି । କେବଳ ବ୍ୟବସାୟୀ ନୁହେଁ ସବୁ ବର୍ଗର ଲୋକେ ନାନା ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଛନ୍ତି । ତେବେ ଏହାରି ଭିତରେ ଦିଲ୍ଲୀରେ ଲକଡାଉନ୍ ଖୋଲିବା ଲାଗି ଦିଲ୍ଲୀ ସରକାର ନେଇଛନ୍ତି ନୂଆ ନିଷ୍ପତି ।

ଦିଲ୍ଲୀରେ ଅଡ଼୍-ଇଭିନ୍ ଫର୍ମୁଲାରେ କଟକଣା କୋହଳ କରାଯିବ । ଏହି ନିୟମ ଅନୁସାରେ ଦିଲ୍ଲୀରେ ବଜାର,ମଲ୍ ଖୋଲା ରହିବ ଏବଂ ଦିନ ୧୦ ଟାରୁ ରାତି ୮ ପର‌୍ୟ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଏହା ସହ ଗଳି କନ୍ଦିରେ ଥିବା ଦୋକାନ ,ଗୋଟି ଗୋଟିକିଆ ଥିବା ଦୋକାନ ସବୁଦିନ ଖୋଲାରହିବ । ଦିଲ୍ଲୀରେ ସଂକ୍ରମଣ ନିୟନ୍ତ୍ରଣ ଥିବାରୁ ଏପରି ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।