Odia News Portal

ପ୍ରେମିକାଙ୍କୁ ଓୟୋ ହୋଟେଲ ନେଇଥିଲା ପ୍ରେମିକ, କଥା ନଶୁଣିବାରୁ ମାରିଲା ଗୁଳି

ପ୍ରେମିକାଙ୍କୁ ନେଇ ଓୟୋ ହୋଟେଲ ଯାଇଥିଲା ଜଣେ ୩୮ ବର୍ଷୀୟ ବିବାହିତ ପ୍ରେମିକ।
ସୂଚନା ଅନୁସାରେ, ଅଭିଯୁକ୍ତ ୩୮ ବର୍ଷୀୟ ପ୍ରବୀଣ ଜଣେ ବିବାହିତ। ସେ ତାର ପ୍ରେମିକାଙ୍କୁ ନେଇ ଦିଲ୍ଲୀର ଏକ ଓୟୋ ହୋଟେଲ ଯାଇଥିଲା। ଏହି ସମୟରେ ରୁମରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହି କଥା କଟାକଟି ମଧ୍ୟରେ ଝଗଡ଼ା ବଢ଼ିଥିଲା। ଏହାରି ଭିତରେ ପ୍ରବୀଣ ତାର ପ୍ରେମିକାଙ୍କୁ ଗୁଳି ମାରିଥିଲା। ଗୁଳିର ଶବ୍ଦ ଶୁଭିବା ପରେ ହୋଟଲରେ ଭୟର ବାତାବରଣ ଖେଳି ଯାଇଥିଲା। ଖବର ପାଇ ପୁଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲା ଏବଂ ପୀଡ଼ିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅଭିଯୁକ୍ତ ବିରୁଦ୍ଧରେ ସେପ୍ଟେମ୍ୱର ୨୧ରେ ମଧ୍ୟ ଏକ ହତ୍ୟା ଅଭିଯୋଗ ହୋଇଥିଲା। ହେଲେ ପରେ ତାକୁ ଜାମିନ ମିଳିଥିଲା। ସେ ଗୌରବ ନାମକ ଜଣେ ଯୁବକଙ୍କୁ ଗଳି ମାରିଥିଲା। ଗୌରବଙ୍କ ପିତା ଥାନାରେ ମାମଲା ରୁଜୁ କରିବା ପରେ ଅଭିଯୁକ୍ତ ପ୍ରବୀଣକୁ ଜେଲ ପଠାଯାଇଥିଲା।