‘ଆପ୍’ ଓ ‘ବିଜେପି’ ମଧ୍ୟରେ ବାଦବିବାଦ ଯୋଗୁଁ ୩ ଥର ବିଫଳ ହୋଇଥିବା ଦିଲ୍ଲୀ ମେୟର୍ ନିର୍ବାଚନ ନିମନ୍ତେ ଆଗାମୀ ୧୬ ଫେବୃଆରୀ, ଗୁରୁବାର ଦିନ ଦିଲ୍ଲୀ ନଗର ନିଗମର ବୈଠକ ବସିବ ବୋଲି ‘ଏନ୍ଡିଟିଭି’ ରିପୋର୍ଟ କରିଛି।
ଫେବ୍ରୁଆରି ୧୬ ତାରିଖ, ଗୁରୁବାର ଦିନ ମେୟର୍ ନିର୍ବାଚନ କରାଇବା ଲାଗି ଆଜି ସକାଳେ ଉପରାଜ୍ୟପାଳ ଭି. କେ. ସାକ୍ସେନା ‘ଆପ୍’ର ପ୍ରସ୍ତାବ ଗ୍ରହଣ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।
ଉପରାଜ୍ୟପାଳଙ୍କଦ୍ବାରା ମନୋନୀତ ୧୦ଜଣ କାଉନ୍ସିଲର୍ଙ୍କୁ ଭୋଟ୍ ଦେବା ଲାଗି ଅନୁମତି ନ ମିଳିବା ପ୍ରସଙ୍ଗକୁ ନେଇ ‘ବିଜେପି’ ଓ ‘ଆପ୍’ କାଉନ୍ସିଲର୍ଙ୍କ ମଧ୍ୟରେ ସଂଘର୍ଷ ଲାଗିବାରୁ ଜାନୁଆରି ୬, ୨୪ ଓ ଫେବ୍ରୁଆରି ୬ ତାରିଖରେ ମେୟର୍ ନିର୍ବାଚନ ସମ୍ଭବପର ହୋଇ ପାରି ନ ଥିଲା।
ସୂଚନାଯୋଗ୍ୟ, ଦିଲ୍ଲୀ ନଗର ନିଗମ ଆଇନ ଅନୁସାରେ, ମନୋନୀତ ସଦସ୍ୟମାନେ ଗୃହ ବୈଠକରେ ଭୋଟ୍ ଦେଇ ପାରିବେ ନାହିଁ।
‘ଆପ୍’ ଅଭିଯୋଗ କରିଛି ଯେ, ନିକଟ ଅତୀତରେ ଆୟୋଜିତ ନଗର ନିଗମ ନିର୍ବାଚନରେ ‘ଆପ୍’ ବିପୁଳ ସଂଖ୍ୟାରେ ବିଜୟୀ ହୋଇଥିବା ସତ୍ତ୍ବେ ମେୟର୍ ପଦବୀରେ ଜଣେ ‘ବିଜେପି’ ନେତାଙ୍କୁ ନିର୍ବାଚିତ କରି ‘ବିଜେପି’ ଦିଲ୍ଲୀ ନଗର ନିଗମକୁ ଅକ୍ତିଆର କରିବାକୁ ଉଦ୍ୟମ କରୁଛି।
Sign in
Sign in
Recover your password.
A password will be e-mailed to you.
