Odia News Portal

ରାଜସ୍ଥାନକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ଦିଲ୍ଲୀ

ଦୁବାଇ: ପୁଣି ପଏଣ୍ଟ ଟେବୁଲରେ ଶୀର୍ଷକୁ ଉଠିଲା ଦିଲ୍ଲୀ । ରାଜସ୍ଥାନକୁ ହରାଇ ପ୍ରଥମ ଦଳ ଭାବେ ପ୍ଲେଅଫରେ ସ୍ଥାନ ପକ୍କା କରିଛି ଦିଲ୍ଲୀ । ଆବୁଧାବିର ଶେଖ ଜାୟେଦ୍ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ ରାଜସ୍ଥାନ ରୟାଲ୍ସକୁ ୩୩ ରନରେ ପରାସ୍ତ କରିଛି । ରାଜସ୍ଥାନର ଅଧିନାୟକ ସଂଜୁ ସାମସନଙ୍କ ଲଢୁଆ ଅର୍ଦ୍ଧଶତକ ବି ଦଳକୁ ପରାଜୟରୁ ରକ୍ଷା କରିପାରିନାହିଁ ।

ଆଜି ମ୍ୟାଚରେ ରାଜସ୍ଥାନ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୫୪ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ଶ୍ରେୟସ ଆୟର ୪୩, ହେଟମେୟର ୨୮ ରନ କରିଥିଲେ । ୧୫୫ରନର ପିଛା କରିବାକୁ ଯାଇ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୨୧ରନ ହିଁ କରିପାରିଥିଲା । ରାଜସ୍ଥାନର ଅଧିନାୟକ ସଂଜୁ ସାମସନ ଲଢୁଆ ୭୦ ରନ କରିଥିଲେ ମଧ୍ୟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ବିଫଳତା ଯୋଗୁଁ ନିଜ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ ।