Odia News Portal

ଦିଲ୍ଲୀରେ କୋହଳ ହେଲା କଟକଣା

ଦିଲ୍ଲୀରେ ସୋମବାରଠାରୁ ଖୋଲିବ ସ୍କୁଲ । ଡିଡିଏମ ବୈଠକ ପରେ କଟକଣା କୋହଳ କରାଯାଇଛି । ୭ରୁ ସ୍କୁଲ , କଲେଜ , କୋଚିଂ ଖୋଲିବାକୁ ମିଳିଛି ଅନୁମତି । ରାତି ୧୧ଟାରୁ ସକାଳ ୫ଟା ପର୍ୟ୍ୟନ୍ତ ନାଇଟ କର୍ଫ୍ୟୁ ବଳବତ୍ତର ରହିବ । ୧୦୦ ପ୍ରତିଶତ କର୍ମଚାରୀରେ ଅଫିସ ଚାଲିବ । କଟକଣାରେ ଜିମ୍ , ସ୍ପା ଏବଂ ସୁଇମିଂ ପୁଲ ଖୋଲିବାକୁ ମଧ୍ୟ ମିଳିଛି ଅନୁମତି । ଦେଶରେ ଏବେ କରୋନା ସଙ୍କ୍ରମଣ ହାର ହ୍ରାସ ପାଇବା ପରେ ବିଭିନ୍ନ ରାଜ୍ୟରେ କଟକଣା କୋହଳ ହେଉଛି । ତେବେ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ୭ ତାରିଖରୁ କ୍ଲାସ ଆରମ୍ଭ ହେବ । ସେହିପରି ନସର୍ରୀରୁ ଅଷ୍ଟମ ଶ୍ରେଣୀ କ୍ଲାସ ପିଲା ଫେବ୍ରୁଆରୀ ୧୪ରେ ସ୍କୁଲ ଯିବେ । ଏହାସହିତ ଜାରି ରହିବ ଅନଲାଇନ୍ କ୍ଲାସ ।