ନୂଆବର୍ଷରେ କଲବଲ ବିମାନ ଯାତ୍ରୀ । ଘନ କୁହୁଡି ପାଇଁ ଭୁବନେଶ୍ବର ବିମାନବନ୍ଦରରୁ ବାତିଲ ହେଉଛି ଗୋଟିଏ ପରେ ଗୋଟିଏ ବିମାନ । ଆଜି ସକାଳୁ ଦିଲ୍ଲୀ, ଅହମଦାବାଦ,କୋଲକତାକୁ ଉଡାଣ ଭରିବାକୁ ଥିବା ୩ଟି ବିମାନ ବାତିଲ ହୋଇଛି । ସେହିପରି ୧୫ଟି ବିମାନ ଉଡାଣ ସମୟ ବିଳମ୍ବିତ ହୋଇଛି । ପାଖାପାଖି ୪ଘଣ୍ଟା ଯାଏ ଅଧିକାଂଶ ବିମାନ ବିଳମ୍ବ ହୋଇଛି । ଯାହାକୁ ନେଇ ବିମାନ ଚଳାଚଳ ସଂସ୍ଥା ପକ୍ଷରୁ ଯାତ୍ରୀଙ୍କୁ ଅପଡେଟ ଦିଆଯାଇଛି । ତେଣୁ ଯାତ୍ରା ସମୟ ବଦଳି ଯାଇଥିବାରୁ ରାଜ୍ୟ ବାହାରକୁ ଯାଉଥିବା ଯାତ୍ରୀ ସମସ୍ୟାର ସାମ୍ନା କରିଛନ୍ତି । ଭୁବନେଶ୍ବର ଆକାଶରେ ଘନକୁହୁଡ଼ି ଯୋଗୁଁ ଦୃଶ୍ୟମାନ କ୍ଷମତା କମିଛି । ଏଣୁ ଗତକାଲି ବି ସକାଳ ସମୟରେ ଅବତରଣ କିମ୍ବା ଉଡ଼ାଣ ଭରିପାରୁନି ବିମାନ ।
