Odia News Portal

ସରିଲା ଡିଏଫଓଙ୍କ ଜେରା, ଆସିଲା ସାଙ୍ଘାତିକ ତଥ୍ୟ

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ସ୍କାନରରେ ଥିବା ଡିଏଫଓ ସଂଗ୍ରାମ କେଶରୀଙ୍କୁ ଆଜି ଜେରା କରୁଥିଲା କ୍ରାଇମବ୍ରାଞ୍ଚ ଟିମ୍ । ତେବେ ଅନେକ ତଥ୍ୟ ମିଳିଥିବା ବେଳେ ଏବେ କୌଣସି ତଥ୍ୟ ଦେଇ ହେବନାହିଁ ବୋଲି କହିଛନ୍ତି ତଦନ୍ତକାରୀ ଅଧିକାରୀ । ତେବେ ଡିଏଫଓଙ୍କ ବିଦ୍ୟାଭାରତୀଙ୍କ ସହ କୌଣସି ସମ୍ପର୍କ ନଥିବା କହିଛନ୍ତି ଅଧିକାରୀ । ସଂଗ୍ରାମକେଶରୀ କହିଛନ୍ତି କି ତାଙ୍କର କୌଣସି ସମ୍ପର୍କ ନାହିଁ । ସେ ପୂର୍ବରୁ କେବେ ଦେଖିନଥିବା ମଧ୍ୟ କହିଛନ୍ତି । ତେବେ ଘଟଣାର ସତ୍ୟାସତ୍ୟ କଣ ହେବ ତାଉପରେ ରହିଛି ସମସ୍ତଙ୍କ ନଜର । ଜେରା ପରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ଡିଏଫଓ । ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ବାସ ଭବନରେ ଛଡ଼ାଯାଇଥିବା ଦେଖିବାକୁ ମିଳିଛି ।