Odia News Portal

ଧାମନଗର ଏନ୍ଏସିରେ ବାଜିଲା ଶଙ୍ଖ

ନବ ଗଠିତ ଧାମନଗର NAC ନିର୍ବାଚନ ରେ ବିଜେଡି ବହୁ ମତ ପାଇବା ସହିତ ନୂଆ NAC କୁ ପ୍ରଥମେ ଦଖଲ କରିଛି । ୧୧ଗୋଟି ୱାର୍ଡ କୁ ନେଇ ଗଠିତ ଏହି ନୂଆ NAC ରେ ୯ ଗୋଟି ୱାର୍ଡ ରେ ବିଜେଡି କାଉ ନସିଲର ପାର୍ଥୀ ଓ ପ୍ରାର୍ଥୀନୀ ମାନେ ବିଜୟୀ ହୋଇ ଥିଲା ବେଳେ ବିଜେପି ପ୍ରାର୍ଥୀ ୨ ଗୋଟି ୱାର୍ଡ ରେ ବିଜୟୀ ହୋଇଛନ୍ତି । ସେହିପରି ବିଜେଡି ଅଧକ୍ଷା ପ୍ରାର୍ଥୀନୀ ନିବେଦିତା ଜେନା ଧାମନଗର NAC ର ନୂଆ ଅଧକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି ।

ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ର ଅଧକ୍ଷା ପ୍ରାର୍ଥୀନୀ ପୁଷ୍ପ ଶ୍ରୀ ମହାନ୍ତି ଙ୍କ ଠାରୁ ଅଧିକ ୧୦୪୬ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ବିଜେଡି ଅଧକ୍ଷା ପ୍ରାର୍ଥୀନୀ ନିବେଦିତା ଜେନା ୬୦୨୬ ଖଣ୍ଡ ଭୋଟ ପାଇଥିଲା ବେଳେ ବିଜେପି ପ୍ରାର୍ଥୀନୀ ପୁଷ୍ପ ଶ୍ରୀ ମହନ୍ତୁ ୪୯୮୦ ଭୋଟ ପାଇଛନ୍ତି । ତେବେ ନିବେଦିତା ଙ୍କ ବିଜୟ ପରେ ବିଜେଡି କର୍ମୀ ଓ ନେତା ମାନେ ବେଶ ଖୁସି ଅଛନ୍ତି । ଧାମନଗର ସହର ରେ ୧୪୪ ଧାରା ଜାରି ହୋଇଥିବା ଯୋଗୁ କୌଣସି ବିଜୟ ଉତ୍ସବ ପାଳନ ହୋଇ ନାହିଁ । ତେବେ ଏହି ବିଜୟ ପାଇଁ ନୂଆ ଅଧକ୍ଷା ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଶ୍ରେୟ ଦେବା ସହିତ ଧାମନଗର NAC ରେ ଉନ୍ନୟନ ମୂଳକ କାର୍ଯ୍ୟ ତୋରାନ୍ୱିତ ହେବ ବୋଲି ନୂଆ ଅଧକ୍ଷା କହିଛନ୍ତି ।