Odia News Portal

ଯୁଦ୍ଧକାଳୀନ ଭିତ୍ତିରେ ହେବ ଧଉଳିର ମରାମତି କାର୍ଯ୍ୟ

ଭୁବନେଶ୍ୱର : ଧଉଳି ଶାନ୍ତିସ୍ତୂପର ସାମଗ୍ରୀକ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବିଜ୍ଞାନ ଓ କାରଗିରୀ କୌଶଳ, ସାଧାରଣ ଉଦ୍ୟୋଗ ଏବଂ ସମାଜକଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଭୁବନେଶ୍ୱରଠାରେ ଅନୁଷ୍ଠିତ ନହାଇଯାଇଛି । ଧଉଳିଶାନ୍ତିସ୍ତୂପ ବିଶ୍ୱର ଏକ ପ୍ରମୁଖ ଐତହିାସକି ସ୍ଥଳ ଏବଂ ଏଠାରୁହିଁ ଶାନ୍ତି, ଅହିଂସା ଓ ସତ୍ୟର ମନ୍ତ୍ର ସମଗ୍ର ବିଶ୍ୱକୁ ଉଦ୍ବୁଦ୍ଧ କରିଥିଲା । ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ମତବ୍ୟକ୍ତ କରବିା ସହ ଏହାର ସାମଗ୍ରୀକ ଉନ୍ନତି ପାଇଁ ଉପସ୍ଥିତ ସମସ୍ତ ସଭ୍ୟଙ୍କ ଠାରୁ ମତାମତ ଆହୱାନ କରିଥିଲେ୍ ।

ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଧଉଳିସ୍ତୂପର ତୁରନ୍ତ ମରାମତି କରିବାର ଆବଶ୍ୟକତା ଉପରେ ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲଶ । ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଘଟଣାର ଗରୁୁତ୍ୱ ଉପଲବ୍ଧି କରି ତୁରନ୍ତ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠରିୁ ୫୦ଲକ୍ଷ ଟଙ୍କାର ଏକ ଚେକ୍ ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ ଚନ୍ଦ୍ର ସ୍ୱାଇଁଙ୍କୁ ପ୍ରଦାନ କରିଥିଲେ । ଧଉଳି ଉନ୍ନୟନ କମିଟି ମାଧ୍ୟମରେ ତଥା ପଦ୍ମବିଭୂଷଣ ସୁଦର୍ଶନ ସାହୁ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶାନ୍ତସ୍ତିୂପର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ । ଅ ।ବଶୟକ ସ୍ଥଳେ ଆଉ ଅତିରିକ୍ତ ପାଣ୍ଠି ମଧ୍ୟ ଯୋଗାଇଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।

୨୦୨୨ ମସିହାରେ ଧଉଳି ଶାନ୍ତସ୍ତିୂପର ୫୦ ବର୍ଷ ପ୍ରତିଷ୍ଠା ଦିବସ ପାଳନ ହେବାକୁ ଯାଉଥିବାରୁ ଏହାକୁ ଭବ୍ୟ ରୀତିରେ ପାଳନ କରିବା ପାଇଁ ମଧ୍ୟ ବୈଠକରେ ମତ ପ୍ରକାଶ ପାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ନିଦେ୍ର୍ଦଶରେ ଧଉଳି ଶାନ୍ତିସ୍ତୂପ ଓ କୋଣାର୍କ ମନ୍ଦିରର ଐତିହାସିକ ଓ ସାଂସ୍କୃତିକ ବିଭବ ଉପରେ ପର୍ଯ୍ୟବସିତ ଶବ୍ଦ ଓ ଦୃଶ୍ୟ ସମ୍ବନ୍ଧିତ ବୃତ୍ତ ଚିତ୍ର ପ୍ରଦର୍ଶନ କରାଯାଉଥିବା ମନ୍ତ୍ରୀ ପଣ୍ଡା ପ୍ରକାଶ କରିଥିଲେ ଓ  ଧଉଳିର ଅହିଂସା ବାତ୍ତବାର୍ତ୍ତା ସମଗ୍ର ବିଶ୍ୱରେ ଗୁଞ୍ଜରତି ବୋଲି ମଧ୍ୟ ସେ କହିଥିଲେ ।

ଏହି ଭଳିଏକ ପ୍ରସଦ୍ଧି ଐତହିାସକି ପୀଠରେ ସାର୍ଥସ୍ତୂପ ଭଳିଏକ ବ୍ୟାଖ୍ୟାକରଣ କେନ୍ଦ୍ର ମଧ୍ୟ ୫ କୋଟି ଟଙ୍କା ବ୍ୟୟରେ ଆରମ୍ଭ କରାଯିବାକୁ ଥିବା ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ଏଥିପାଇଁ ୧୨ ଏକର ଜମି ମଧ୍ୟ ଉପଲବ୍ଧ ଥିବା ବୈଠକରେ ଜଣାପଡିଥିଲା ।