Odia News Portal

ପରଜଙ୍ଗ ପୋଲିସକୁ ବଡ଼ ସଫଳତା

*ଅପହୃତ ନାବାଳିକାକୁ ପୁରୀରୁ ଉଦ୍ଧାର ।

ଢେଙ୍କାନାଳ : ଗତକାଲି ସନ୍ଧ୍ୟାରେ ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ମହିଳା ଏସଆଇ ସସ୍ମିତା ପାଳ ଓ ଏକ ସ୍ୱତନ୍ତ୍ର ପୋଲିସ ଟିମ କଟକ ଓ ପୁରୀର ଅନେକ ସ୍ଥାନରେ ଛପା ମାରିଥିଲେ । ୨ ମାସ ତଳୁ ଅପହରଣ ହୋଇଥିବା ଜଣେ ନାବାଳିକାକୁ ପୁରୀ ସହର ମଧ୍ୟରୁ ଉଦ୍ଧାର କରିଥିଲେ ।ଅପହରଣ କରିଥିବା ମଝୀକା, କନ୍ଦର୍ସିଙ୍ଗାର ଯୁବକ ସୁଶାନ୍ତ ନାୟକଙ୍କୁ ଗିରଫ କରାଯାଇଛି । ଗତ କାଲି ସେମାନଙ୍କର ଡାକ୍ତର ମାଇନା କରାଯାଇଛି ।

ସୂଚନା ଅନୁଯାୟୀ, ସେମାନେ ସ୍ୱାମୀ ସ୍ତ୍ରୀ ପରିଚୟ ଦେଇ ପୁରୀରେ ରହୁଥିଲେ । ଅପହରଣକାରୀକୁ ପୋକ୍ସୋ ଆଇନରେ ଗିରଫ କରି ଆଇପିସି ଧାରା ପରଜଙ୍ଗ ପିଏସ କେସ ନମ୍ବର ଆଇପିସି ଧାରା ୬୧/୨୦୨୧ ୟୁ/ଏସ ୩୬୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଏସମ୍ପର୍କରେ ପରଜଙ୍ଗ ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି ।