Odia News Portal

ବିଦ୍ୟୁତ୍ ତାର ଲାଗି ମୃତ୍ୟୁ ହେଲେ କ୍ଷତିପୂରଣ ଦେବେ ସରକାର

ଭୁବନେଶ୍ୱର() ବିଦ୍ୟୁତ ତାର ଲାଗି ମୃତ୍ୟୁ ହେଲେ ସରକାର ଦେବେ ସହାୟତା ରାଶି । ଏଣିକି ବିଦ୍ୟୁତ ଆଘାତରେ ଜୀବନ ଗଲେ ଅଧିକ କ୍ଷତିପୂରଣ ମିଳିବ । ବିଦ୍ୟୁତ ତାର ଲାଗି ଜୀବନ ଗଲେ ୪ ଲକ୍ଷ ମିଳିବ । ୬୦% କ୍ଷତିରେ ୨ ଲକ୍ଷ ଟଙ୍କା ମିଳିବ । ୪୦ରୁ ୬୦ ପ୍ରତିଶତ କ୍ଷତିରେ ୫୯ ହଜାର ୫ ଶହ ଟଙ୍କା ମିଳିବ । ଏନେଇ ଆଜି ବିଧାନସଭାରେ ସୂତନା ଦେଇଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।

ଏହାସହ ମନ୍ତ୍ରୀ ଆହୁରି କହିଛନ୍ତି, ୭ରୁ ଅଧିକ ଦିନ ମେଡିକାଲରେ ଚିକିତ୍ସିତ ହେଲେ ୧୨ ହଜାର ଟଙ୍କା ମିଳିବ । ସପ୍ତାହକରୁ କମ ଦିନ ସମୟ ଚିକିତ୍ସା ହେଲେ ୪୫୦୦ ଟଙ୍କା ମିଳିବ ।

ସେପଟେ ଗାଈ,ମଇଁଷି ମଲେ ୩୦ ହଜାର, ଛେଳି.ମେଣ୍ଢା,ଘୁଷୁରୀ ମଲେ ୩ ହଜାର ଟଙ୍କା ମିଳିବ । ସେହିପରି କୁକୁଡା ଫାର୍ମ ନଷ୍ଟ ହୋଇଥିଲେ ୫ ହଜାର ଟଙ୍କା କ୍ଷତିପୂରଣ ମିଳିବ ।

ବିଦ୍ୟୁତ ସଂସ୍ପର୍ଶଜନତି ମୃତ୍ୟୁ ସହାୟତା ନେଇ ରାଜ୍ୟ ସରକାର ବିଦ୍ୟୁତ୍ ନିୟାମକ ଆୟୋଗକୁ ସୁପାରିଶ କରିଛନ୍ତି । ଯାହାକୁ ଖୁବଶୀଘ୍ର ଲାଗୁ କରାଯିବ ।