Odia News Portal

ବିଜେପିରୁ ଦିଲୀପ ରାୟଙ୍କ ଇସ୍ତଫା

ଆସନ୍ତା କାଲି ରାଉରକେଲାର ବିଜେପି ବିଧାୟକ ଦିଲୀପ ରାୟ ବିଜେପି ଦଳରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି । ତେବେ ସେ ତାଙ୍କର ଇସ୍ଥଫା ଦେବା ପରେ କେଉଁ ଦଳରେ ବିଶିବେ ତାହା ଘୋଷଣା କରିନଥିଲେ ମଧ୍ୟ ସେ ଖୁବ ଶୀଘ୍ର ବିଜେଡିରେ ଯୋଗ ଦେବେ ବୋଲି ଜଣାପଡିଛି । ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣି ସେତୁ ଓ ଆଇଜିଏଚ ହସପିଟାଲକୁ ସୁପର ସ୍ପେଶିଆଲିଷ୍ଟ ହସପିଟାଲରେ ପରିଣତ କରିବା ପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ରାଉରକେଲା ଗସ୍ତ ସମୟରେ ପ୍ରତିଶୃତି ଦେଇଥିଲେ ମଧ୍ୟ ତା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଲାନାହିଁ । ଏହା ବ୍ୟତୀତ ଗତ କିଛିଦିନ ଧରି ରାଜ୍ୟ ବିଜେପିରେ ସେ ଏକ ପ୍ରକାର କଣଠେସା ହୋଇ ରହି ଅସନ୍ତୁଷ୍ଟ ଥିଲେ । ଏସବୁର ପ୍ରତିବାଦରେ ସେ ଆସନ୍ତାକାଲି ବିଜେପି ଦଳ ଓ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଛନ୍ତି ।