Odia News Portal

ଘଟଗାଁରେ କୁଡୁମୀ ସଂପ୍ରଦାୟର ଦୀପାବଳି ଉତ୍ସବ, ୩ ଦିନ ଧରି ବେଶ ଧୁମଧାମରେ ହୋଇଥାଏ ପାଳନ

ଆଲୋକର ପର୍ବ ଦିପାବଳୀ ପାଇଁ ସାରା ଦେଶରେ ଉତ୍ସବର ମାହୋଲ । କୁଡୁମି ସଂପ୍ରଦାୟର ଲୋକେ ଏହି ପର୍ବକୁ ୩ ଦିନ ଧରି ବେଶ ଧୁମଧାମରେ ପାଳନ କରିଥାନ୍ତି। ଏଥିପାଇଁ ଘଟଗାଁ ବ୍ଲକ କେନ୍ଦୁଆପଡା ଗାଁରେ ୩ ଦିନ ଲାଗି ରହିଥାଏ ଉତ୍ସବର ମାହୋଲ। ପର୍ବ ପାଳନ ପାଇଁ ଗ୍ରାମବାସୀ ନୂଆମାଟିରେ ଘରକୁ ଲିପି ୧୦ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି । ପରିବାରର ସବୁ ସଦସ୍ୟ ନୂଆ ବସ୍ତ୍ର ପରିଧାନ କରିଥାନ୍ତି ।ବର୍ଷ ସାରା ଚାଷ କାମରେ ସାହାଯ୍ୟ କରି ଆସୁଥିବା ଗୋମାତାଙ୍କୁ ଏହି ପର୍ବ ପୂଜା କରିଥାନ୍ତି । ଏହି ଦିନ ଗୁହାଳରେ ମହିଳାମାନେ ଗୋ ମାତାକୁ ଧୁପ ଦିପରେ ବନ୍ଦାପନା କରିଥାନ୍ତି। ତାପରେ ଉତ୍ପାଦିତ ନୂଆ ଶସ୍ୟରେ ରୋଷେଇ କରାଯାଇ ପୂର୍ବ ପୁରୁଷ ମାନଙ୍କୁ ଭୋଜନ ଦିଆଯାଇଥାଏ।ଏହାକୁ ବନ୍ଦନା ପର୍ବ ମଧ୍ୟ କୁହାଯାଇଥାଏ। ଶେଷ ଦିନକୁ କୁହାଯାଇଥାଏ ଧିଙ୍ଗୱାନି କାରଣ ମାଦଳର ସ୍ୱର ଧିଙ୍ଗ ଧିଧାଙ୍ଗ ଧିନ ପରି ଶୁଭିଥାଏ। ଏହି ତିନି ଦିନ ଯାକ ବେଶ ଧୁମ ଧାମରେ ପାଳନ କରିଥାନ୍ତି ଏହି ଗଣ ପର୍ବକୁ।