Odia News Portal

ଭାରତ ପାଇଁ ମାରାତ୍ମକ ନୁହେଁ ନୂଆ ଭୂତାଣୁ

ଭୁବନେଶ୍ୱର : ଭାରତରେ କରୋନାର ନୂଆ ଷ୍ଟ୍ରେନ୍ ଚିନ୍ତାର କାରଣ ବଢ଼ାଇଛି । ବ୍ରିଟେନରୁ ଫେରିଥିବା ୬ଜଣଙ୍କ ଶରୀରରେ କରୋନାର ନୂଆ ଷ୍ଟ୍ରେନ୍ର ଲକ୍ଷଣ ପ୍ରକାଶ ପାଇଛି । ଏମାନଙ୍କ ମଧ୍ୟରୁ ୩ଜଣ ବେଙ୍ଗାଲୁରୁ, ୨ଜଣ ହାଇଦ୍ରାବାଦରୁ ଏବଂ ଜଣେ ପୁନେ ଲ୍ୟାବରୁ ଚିହ୍ନଟ ହୋଇଛନ୍ତି । କରୋନାର ନୂଆ ଷ୍ଟ୍ରେନ୍ ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ବ୍ରିଟେନରୁ ହଜାର ହଜାର ଲୋକ ଆସିଛନ୍ତି, ତେଣୁ ବ୍ରିଟେନ୍ ଷ୍ଟ୍ରେନ୍ ଆସିବ । ଏହି ଭାଇରସ୍ ପୂର୍ବ ଭାଇରସ ଠାରୁ କ୍ଷିପ୍ରଗତିରେ ମାଡିବ । ଏହି ଭାଇରସରେ ଅଧିକ ଲୋକ ସଂକ୍ରମିତ ହେବେ।

ଅଧିକ ଲୋକ ସଂକ୍ରମିତ ହେଲେ ଭାଇରସର ପ୍ରଭାବ କମିବ । ଓଡିଶାରେ ପଜିଟିଭ ଚିହ୍ନଟ ଲୋକଙ୍କ ଜିନମ୍ ସିକ୍ବେନ୍ସ ହୋଇଛି । ଜ୍ୱର, ଝାଡା, କାଶ ଓ ଡାଇରିଆ ନୂଆ ଭୂତାଣୁର ଲକ୍ଷଣ । ସେହିପରି ଡାକ୍ତର ଜୟନ୍ତ ପଣ୍ଡାଙ୍କ କହିଛନ୍ତି, ଭାରତ ପାଇଁ ଏହା ମାରାତ୍ମକ ନୁହେଁ । ନୂଆ ଷ୍ଟ୍ରେନ ଚିନ୍ତାର କାରଣ ପାଲଟିବନି । ନୂଆ ଭୂତାଣୁରେ ମୃତ୍ୟୁ ଆଶଙ୍କା କମ୍ । ଅଧିକ ସଂକ୍ରମଣ ହୋଇପାରେ, ଭୟଭୀତ ହେବାର ନାହିଁ ।