Odia News Portal

ଗଣ୍ଡି, କଟାମୁଣ୍ଡର ହେବ ଡିଏନ ପ୍ରୋଫାଇଲିଂ

ଭୁବନେଶ୍ୱର: ଚନ୍ଦକା ଦାସପୁର ମହିଳାଙ୍କ ମୁଣ୍ଡକାଟି ହତ୍ୟା ଘଟଣାରେ ପୋଷ୍ଟମର୍ଟମ ପାଇଁ ପଠାଗଲା ଜବତ କଟାମୁଣ୍ଡ | ଗଣ୍ଡି ଏବଂ ମୁଣ୍ଡ ସମାନ ମହିଳାଙ୍କର କି ନାହିଁ ତାହା ପରୀକ୍ଷା କରାଯିବ | ଜବତ ଗଣ୍ଡି ଏବଂ ମୁଣ୍ଡ ମୃତ ମହିଳାଙ୍କର କି ନୁହଁ ତାହା ଡିଏନ ପ୍ରୋଫାଇଲିଂ ଦ୍ୱାରା ଜଣାଯିବ | ତେବେ ମୃତ ମହିଳାଙ୍କର ଡିଏନ ପ୍ରୋଫାଇଲିଂ ହେବା ନେଇ ଫୋରେନସିକ୍ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି | କଟାମୁଣ୍ଡ ମିଳିଥିବା ସ୍ଥାନରୁ ପୋଲିସ ମୃତ ମହିଳାଙ୍କ ମୁଣ୍ଡର ବାଳ ସହ ଶୁଖିଲା ରକ୍ତ ପଡିଥିବା ମାଟିକୁ ମଧ୍ୟ ଯାଞ୍ଚ ପାଇଁ ସଂଗ୍ରହ କରିଛି |ଲଗାତାର ୮ଦିନ ପର୍ଯ୍ୟନ୍ତ ଅନ୍ଧାରରେ ବାଡ଼ି ବୁଲାଇବା ପରେ ଆଜି ପୋଲିସକୁ ମିଳିଛି ବହୁତ ବଡ଼ ସଫଳତା | ହତ୍ୟା ଘଟଣାର ଅଧିକ ଛାନଭିନ ପାଇଁ ଆଜି ୨ ଅଭିଯୁକ୍ତଙ୍କୁ ଘଟଣା ସ୍ଥଳକୁ ନେଇ ସିନ ରିକ୍ରିଏସନ ପରେ ପୋଲିସ ମହିଳାଙ୍କ କଟା ମୁଣ୍ଡକୁ ଜବତ କରିଥିଲା | ମୃତଦେହ ମିଳିଥିବା ସ୍ଥାନର ୨-୩ କିଲୋମିଟର ଦୂରରେ ମିଳିଥିଲା ଏହି କଟାମୁଣ୍ଡ |

ଭୁବନେଶ୍ୱର ଡିସିପିଙ୍କ ଉପସ୍ଥିତିରେ କଟାମୁଣ୍ଡକୁ ଠାବ କରାଯାଇଛି | ପୋଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଥିବା ସମୟରେ ଘଟଣାରେ ୨ଅଭିଯୁକ୍ତଙ୍କୁ ଚନ୍ଦକା ଥାନାରେ ଅଟକ ରଖିଛି ପୋଲିସ । ତେବେ ମହିଳାଙ୍କ ହତ୍ୟା ପରକୀୟା ପ୍ରୀତି କାରଣରୁ ଘଟିଥିବା ସନ୍ଦେହ କରୁଛି ପୋଲିସ | ଧରା ପଡ଼ିଥିବା ୨ଯୁବକଙ୍କ ସହ ମୃତ ମହିଳାଙ୍କ ସମ୍ପର୍କ ଥିବା ସୂଚନାରୁ ଜଣାପଡ଼ିଛି | ତେବେ କାହିଁକି ଏବଂ କିଭଳି ମହିଳାଙ୍କୁ ମର୍ଡର କରାଯାଇଛି ସେନେଇ ସସପେନ୍ସ ଉପରୁ ପର୍ଦ୍ଦା ହଟାଇବ ପୋଲିସ | ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ ଛାଡି ଅନ୍ୟ ଜଣଙ୍କ ସହ ରହୁଥିଲେ । ହତ୍ୟା ଘଟଣାରେ ଅଟକ ରଖାଯାଇଥିବା ବ୍ୟକ୍ତି ଓ ତାଙ୍କ ସହଯୋଗୀ ହତ୍ୟା କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ଘର ଗଞ୍ଜାମରେ ,ସେ ରାଜଧାନୀର ଏକ ବସ୍ତିରେ ରହୁଥିଲେ ବୋଲି ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ପ୍ରଦାନ କରିଛନ୍ତି ।

ମହିଳାଙ୍କୁ ୩ତାରିଖ ରାତିରେ ତଣ୍ଟି ଚିପି ହତ୍ୟା କରାଯିବା ପରେ ମହିଳାଙ୍କ ଗଣ୍ଡିରୁ ମୁଣ୍ଡକୁ ହାଣି ଅଲଗା କରାଯାଇଥିଲା | ତେବେ ମୃତ ମହିଳାଙ୍କ ପରିଚୟ ଡିଜିଟାଲ୍ ଫିଙ୍ଗର ପ୍ରିଣ୍ଟ ମାଧ୍ୟମରୁ ମିଳିଛି । ମୃତ ମହିଳା ଭୁବନେଶ୍ୱରର ବୋଲି ଜଣାପଡିଛି । ଖୁବଶୀଘ୍ର ସମସ୍ତ ତଥ୍ୟ କମିଶନରେଟ୍‌ ପୋଲିସ ପ୍ରେସମିଟ୍‌ ଜରିଆରେ ସୂଚନା ଦେବ । ଗତ ୪ତାରିଖ ଦିନ ଭୁବନେଶ୍ୱର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ମିଳିଥିଲା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ।