Odia News Portal

ପୂଜା ଥାଳିରେ ରଖନ୍ତୁ ନାହିଁ ଏହି ଜିନିଷ….

ଭୁବନେଶ୍ବର: ହିନ୍ଦୁ ଧର୍ମରେ ପୂଜାପାଠର ଅନେକ ମହତ୍ତ୍ୱ ରହିଛି। ଘରେ ଭଗବାନଙ୍କ ପୂଜା କଲେ ସକାରାତ୍ମକ ଶକ୍ତି ପ୍ରବାହ ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ ବୋଲି କୁହାଯାଏ। ସେଥିପାଇଁ ଯେଉଁ ଘରେ ସକାଳେ ସନ୍ଧ୍ୟାରେ ଭଗବାନଙ୍କ ପୂଜାର୍ଚ୍ଚନା ହୋଇଥାଏ ସେହି ଘରେ ସର୍ବଦା ଭଗବାନଙ୍କ ଆଶୀର୍ବାଦ ରହିଥାଏ।

ତେବେ ପୂଜାପାଠ ସମୟରେ ଦେଖାଯାଏ ଯେ ବିଶେଷ ପର୍ବପର୍ବାଣି ରେ ପୂଜା ଥାଳିକୁ ବିଶେଷ ଭାବରେ ସଜାଯାଇଥାଏ। ତେବେ ଯେକୌଣସି ପୂଜା ପାଇଁ ପୂଜା ଥାଳି ସଜାଡ଼ିବା ସମୟରେ ସାବଧାନ ରହିବା ଆବଶ୍ୟକ। ପୂଜା ଥାଳି ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ ଯେ ଥାଳିରେ ଏମିତି କୌଣସି ଜିନିଷ ଭୁଲରେ ରହିନଯାଉ ଯାହାର ଓଲଟା ପ୍ରଭାବ ପଡିବ ଏବଂ ପୂଜା ବ୍ୟର୍ଥ ହୋଇଯିବ।ପୂଜା ଥାଳିରେ ଏହିସବୁ ଜିନିଷ ରଖିବା ଉଚିତ ନୁହେଁ – ସବୁ ପୂଜାରେ ସୁପାରୀ ଓ କର୍ପୁର ବ୍ୟବହାର ହୋଇଥାଏ।

ସେଥିପାଇଁ ପୂଜା ଥାଳି ସଜାଡ଼ିବା ସମୟରେ ବିଶେଷ ଦୃଷ୍ଟି ଦେବାକୁ ହେବ ଯେ ଥାଳିରେ ଖଣ୍ଡିତ ସୁପାରୀ ନଥାଉ। ପୂଜା ଥାଳିରେ ଭଙ୍ଗା ସୁପାରୀ କିମ୍ବା କର୍ପୁର ରଖିବା ଅନୁଚିତ। କାରଣ ପୂଜାରେ ଗୋଟା ସୁପାରୀ ବ୍ୟବହାର କରିବା ବିଧି ରହିଛି। ଖଣ୍ଡିତ ସୁପାରୀ କିମ୍ବା କର୍ପୁର ଅଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।ପୂଜାରେ କର୍ପୁର ବି ଭାଙ୍ଗିକି ବ୍ୟବହାର କରିବା ଉଚିତ ନୁହେଁ । ପୂଜା ଥାଳିରେ ଭଙ୍ଗା ସୁପାରୀ କିମ୍ବା କର୍ପୁର ଥିଲେ ଭଗବାନ କ୍ରୋଧିତ ହୋଇଯାନ୍ତି। ଯାହାଫଳରେ କାର୍ଯ୍ୟରେ ସଫଳତା ମିଳିନଥାଏ ଏବଂ ସବୁ ବ୍ୟର୍ଥ ହୋଇଯାଇଥାଏ।