Odia News Portal

ଚିଲିକାରେ ଡଲଫିନ ଗଣନା ଆରମ୍ଭ, ୧୮ଟି ଟିମ୍ ନିୟୋଜିତ

ଚିଲିକାରେ ଡଲଫିନ ଗଣନା ଆରମ୍ଭ ।  ଆଜିଠୁ ତିନିଦିନ ଧରି ଚାଲିବ ଗଣନା ।  ଡଙ୍ଗାଚଳାଚଳ ବନ୍ଦ ।  ସକାଳ ୬ଟାରୁ ଇରାୱାଡି ଡଲଫିନ ଗଣନା ଆରମ୍ଭ ହୋଇଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଜାରି ରହିବ ।  ଏଥିପାଇଁ ଚିଲିକାରେ ଭସାପୋଲ, ଘାଟଡ଼ଙ୍ଗା ଓ ଟ୍ୟୁରିଷ୍ଟ ଡଙ୍ଗା ଚଳାଚଳ ବନ୍ଦ ରହିଛି ।ଗଣନା କାର୍ଯ୍ୟରେ ୧୮ଟି ଟିମ୍ ନିୟୋଜିତ ହୋଇଛନ୍ତି ।  ବାଲୁଗାଁରୁ ୧୦ଟି ଓ ସାତପଡ଼ାରୁ ୮ଟି ଟିମ୍ ଡଲଫିନ ଗଣନା କରୁଛନ୍ତି ।  ପ୍ରତି ଟିମ୍ ରେ ୫ ରୁ ୬ ଜଣ ଗଣନାକାରୀ ରହିଛନ୍ତି ।  ସାତପଡ଼ାର ୪ଟି ଅଞ୍ଚଳରେ ଗଣନା ଚାଲିଛି ।  ସେହିପରି ସେଣ୍ଟ୍ରାଲ ସେକ୍ଟରରେ ୬ ଟି ଟିମ, ସାଉଥର୍ନ ସେକ୍ଟରରେ ୪ଟି ଟିମ, ନର୍ଦନ ସେକ୍ଟରେ ଗୋଟିଏ ଟିମ୍ , ଆଉଟର ଚ୍ୟାନେଲରେ ୭ଟି ଟିମ ଗଣତି କରୁଛନ୍ତି ।ପ୍ରତ୍ୟେକ ଟିମ୍ ରେ ବନବିଭାଗ କର୍ମଚାରୀ, CDA କର୍ମଚାରୀ, OUAT ଷ୍ଟୁଡେଣ୍ଟ, ମୋଟରବୋଟ କର୍ମଚାରୀ, ସୋସିଆଲ ୱାର୍କର ଓ ଗଣମାଧ୍ୟମ ପ୍ରତିନିଧି ରହିଛନ୍ତି ।  ବାଇନାକୁଲର, GPS, ଓ କ୍ୟାମେରା ବ୍ୟବହାର କରାଯାଇ ଗଣନା ଚାଲିଛି ।  ଏନେଇ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମଗିରି ରିପୋର୍ଟର କେଦାରନାଥ ଦାସ ।