Odia News Portal

ଯୋଡାରେ ଚାଞ୍ଚଲ୍ୟ: ଭଡାଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକାର ୨ ନମ୍ବର ଓ୍ବାର୍ଡରେ ଏକ ବନ୍ଦ ଭଡାଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର ହେବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭଡ଼ାଘର କବାଟ ଭାଙ୍ଗି ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଡାକ୍ତର ଜଣଙ୍କ ପରିଚୟ ଶୁଭଶ୍ରୀ କର ବୋଲି ଜଣାପଡିଛି।