Odia News Portal

ବିମାନବନ୍ଦରରୁ ୭ କୋଟିର ଗଞ୍ଜେଇ ଜବତ ମାମଲା, କେରଳର ଅଭିଯୁକ୍ତକୁ କାବୁ କଲା DRI

ବିମାନବନ୍ଦରରୁ ୭ କୋଟିର ଗଞ୍ଜେଇ ଜବତ ଘଟଣା । ଗଞ୍ଜେଇ ଲିଙ୍କରେ ଧରାପଡ଼ିଲା ଆଉ ଜଣେ ଅଭିଯୁକ୍ତ ।  କେରଳର ଅଭିଯୁକ୍ତକୁ କାବୁ କଲା DRI । ଗଞ୍ଜେଇ ନେବାକୁ ଅପେକ୍ଷା କରିଥିବା ବେଳେ ହାଣ୍ଡେଲର ଗିରଫ ।  ବିମାନବନ୍ଦର ପାଖ ଏକ ହୋଟେଲରୁ ଗିରଫ ।  ହୋଟେଲରେ ସମ୍ପୃକ୍ତ ଯୁବକ ଓ ତାଙ୍କ ବାନ୍ଧବୀଙ୍କ ସହ କପଲ ଭାବେ ରହୁଥିଲେ‌ ।

ହୋଟେଲରୁ ସମ୍ପୃକ୍ତ ଯୁବକକୁ ଗିରଫ ସହ ବାନ୍ଧବିଙ୍କୁ ମଧ୍ୟ ଜେରା କରୁଛି DRI ଟିମ୍ । ଗିରଫ ପରେ ଉଭୟଙ୍କ ଠାରୁ ଦୁଇଟି ମୋବାଇଲ ସିଜ କରାଯାଇଛି ।  ଗତକାଲି ଧରାପଡ଼ିଥିବା ମୁମ୍ବାଇର ଅଭିଯୁକ୍ତ ସହ ଲଗାତାର ଭାବେ ଯୋଗାଯୋଗରେ ଥିଲେ । ଗତକାଲି ୬ କେଜିରୁ ଉର୍ଦ୍ଧ୍ଵ ଗଞ୍ଜେଇ ବିମାନବନ୍ଦରୁ ଜବତ ହୋଇଥିଲା ।

ବ୍ୟାଙ୍କକରୁ ଫ୍ଲାଇଟ ଯୋଗେ ଗଞ୍ଜେଇ ଆଣୁଥିବା ବେଳେ ମୁମ୍ବାଇ ଯୁବକ ଧରାପଡିଥିଲା ।  ହେଲେ ସେହି ମୁମ୍ବାଇର ଯୁବକଠୁ ମାରିଜୁଆନା ନେବା ପାଇଁ ବିମାନବନ୍ଦର ନିକଟ ହୋଟେଲରେ ଅପେକ୍ଷା କରିଥିଲା କେରଳର ଯୁବକ ।  ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ସାତ କୋଟି ଟଙ୍କା ହେବ ।