Odia News Portal

ମାଓ ପ୍ରବଣ ଅଞ୍ଚଳରେ ଉଡ଼ିଲା ଡ୍ରୋନ

ବଲାଙ୍ଗୀର : ମାଓ ପ୍ରବଣ ଅଞ୍ଚଳରେ ଉଡ଼ିଲା ଡ୍ରୋନ କ୍ୟାମେରା। ବଲାଙ୍ଗୀର ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳ ପାଟଣାଗଡ଼, ଖପ୍ରାଖୋଲା ଓ ବେଳପଡ଼ା ବ୍ଲକରେ ମତଦାନ ହୋଇଛି । ୨୯ ଜିଲ୍ଲା ପରିଷଦ ଆସନ, ୩୫୬ ସରପଞ୍ଚ ପ୍ରାର୍ଥୀ ଓ ୨୭୨ ସମିତି ସଭ୍ୟ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର।
୪୬ ବୁଥ ମାଓ ପ୍ରବଣ ଅଞ୍ଚଳରେ ରହିଛି। ଖପ୍ରାଖୋଲା ମାଓ ପ୍ରବଣ ହୋଇ ଥିବାରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ବଲାଙ୍ଗୀର ବ୍ୟୁରୋ ହେଡ ଚିତ୍ତରଞ୍ଜନ ମିଶ୍ର।