Odia News Portal

ଦୁର୍ଗାପୂଜାରେ ମୂର୍ତି ଉଚ୍ଚତା ବୃଦ୍ଧି ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କଲା କଂଗ୍ରେସ

ଆଗକୁ ଆସୁଛି ଦୂର୍ଗାପୂଜା । ରାଜ୍ୟରେ ପୂଜା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ପୂର୍ବ ବର୍ଷ ଭଳି ପୂଜା ପେଣ୍ଡାଲରେ ଅନେକ କଟକଣା ଲଗାଯାଇଛି । ମୃର୍ତ୍ତିର ଉଚ୍ଚତା ଠାରୁ ନେଇ ତିନି ପାଶ୍ୱର୍ରୁ ଆବଦ୍ଧ କରି ମା’ଙ୍କ ପୂଜା କରିବା ପାଇଁ ଗାଇଡଲାଇନ୍ ଜାରି ହୋଇଛି ।

ମାତ୍ର ଏହାକୁ ବିରୋଧ କରିଛନ୍ତି କଟକ ବାସୀ । ଏନେଇ ଦୂର୍ଗାପୂଜା କମିଟି ଗୁଡିକ ମଧ୍ୟ ପ୍ରତିବାଦ କରି ରାଜ୍ୟ ସରକାରଙ୍କୁ ମା’ଙ୍କ ମୃର୍ତ୍ତିର ଉଚ୍ଚତା ବୃଦ୍ଧି ପାଇଁ ଅନୁମତି ମାଗିଛନ୍ତି । ଏହା ସହିତ ଆବଦ୍ଧ ନ କରି ଦ୍ୱାର ଖୋଲା କରି ଦୂର୍ଗା ପୂଜା ପାଇଁ ମଧ୍ୟ ଦାବି ଜଣାଇଛନ୍ତି ।

ଏପଟେ ଆଜି ବିଧାନସଭାରେ ମଧ୍ୟ କଂଗ୍ରେସ ପକ୍ଷରୁ ଏହି ପ୍ରସଙ୍ଗକୁ ନେଇ ହୋହାଲ୍ଲା କରାଯାଇଛି । ଦେବୀଙ୍କ ମୃର୍ତ୍ତିର ଉଚ୍ଚତା ବୃଦ୍ଧି ଓ ମଣ୍ଡପ ତିନି ପାଶ୍ୱର୍ରୁ ପରଦା ଉଠାଇବା ଦାବିରେ କଂଗ୍ରେସ ବିଧାୟକ ଗୃହରେ ଉଦବେଗ ପ୍ରକାଶ କରିବା ସହିତ ଏନେଇ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ।

କଟକରେ ଦୂର୍ଗାପୂଜାର ଏକ ସ୍ୱତନ୍ତ୍ର ପରାମ୍ପରା ରହିଆସିଥିବା ବେଳେ ରାଜ୍ୟ ସରକାରଙ୍କ ପୂଜା ଗାଇଡଲାଇନ୍ ଏହାକୁ କୁଠାରଘାତ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିଛି ।