Odia News Portal

ନ୍ୟୁଜିଲ୍ୟାଣ୍ଡରେ ୭.୨ ତିବ୍ରତାର ଭୂକମ୍ପ ଝଟକା

ଦୁନିଆର ଅଧିକାଂଶ ସ୍ଥାନରେ ଗତ କିଛି ଦିନ ମଧ୍ୟରେ ଭୂକମ୍ପ ଝଟକା ଅନୁଭବ ହେଉଥିବା ଦେଖାଯାଉଛି। ଏହାମଧ୍ୟରେ ସୋମବାର ସକାଳେ ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୭.୨ ରେକର୍ଡ କରାଯାଇଛି। ଏଥିରେ ଏଯାଏଁ କୌଣସି ଧନଜୀବନ ହାନୀ ହୋଇଥିବା ନେଇ କୌଣସି ଖବର ମିଳି ନାହିଁ। ଆଜି ସକାଳ ୬ଟା ୧୧ରେ ନ୍ୟୁଜିଲ୍ୟାଣ୍ଡର ଉତ୍ତର-ପୂର୍ବ ସ୍ଥିତ କର୍ମାଡେକ ଦ୍ୱୀପରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଥିବା ନେଇ ସୂଚନା ମିଳିଛି।