Odia News Portal

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା, ତୀବ୍ରତା ୩.୨

ଆଜି ସକାଳୁ ସକାଳୁ ଶିମଲାରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୨ ରହିଛି । ଯାହାର କେନ୍ଦ୍ରସ୍ଥଳ ଶିମଲାରୁ ୧୦ କିଲୋମିଟର ଗଭୀରତାରେ ରହିଥିବା ଜଣାପଡିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ ।ସୂଚନାନୁଯାୟୀ, ଆଜି ପ୍ରାୟ ସକାଳ ୭ଟା ସମୟରେ ଶିମଲାରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ତୀବ୍ରତା କମ୍ ଥିବାରୁ ଅଧିକାଂଶ ଲୋକ ଏହାକୁ ଅନୁଭବ କରିପାରିନଥିଲେ । ଭୂକମ୍ପର କେନ୍ଦ୍ର ଶିମଲାରେ ଉତ୍ତର ଅକ୍ଷାଂଶ ୩୧.୭୬ ଡିଗ୍ରୀ ଥିବାବେଳେ ପୂର୍ବ ଦ୍ରାଘିମା ୭୭.୮୩ ଡିଗ୍ରୀ ବୋଲି ସୂଚନା ମିଳିଛି । ଭୂକମ୍ପରେ କାହାର କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ । ସୂଚନାଯୋଗ୍ୟ, ୧୯୦୫ ମସିହାରେ ଚମ୍ବା ଏବଂ କାଙ୍ଗଡା ଅଞ୍ଚଳରେ ଭୟଙ୍କର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଯେଉଁଥିରେ ପାଖାପାଖି ୧୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ଜୀବନହାନି ଘଟିଥିଲା ।