Odia News Portal

ED ଡେପୁଟି ଡାଇରେକ୍ଟରଙ୍କୁ ବାନ୍ଧିଲା CBI, ଖଣି ମାମଲା ରଫାଦଫା ପାଇଁ ନେଉଥିଲେ୨୦ ଲକ୍ଷ

ଭୁବନେଶ୍ୱରର ED ଡେପୁଟି ଡାଇରେକ୍ଟରଙ୍କୁ ଗିରଫ କଲା CBI । ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଗିରଫ କରିଛି CBIର ଏକ ଟିମ୍ । କ୍ୟାପିଟାଲ ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଗିରଫ କରିଛି CBI । ଆଜି ଚିନ୍ତନ ରଘୁବଂଶୀଙ୍କୁ CBI କୋର୍ଟ ଚାଲାଣ କରିପାରେ । ସୂଚନା ଅନୁସାରେ, ଗତକାଲି(ଗୁରୁବାର) ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ମାଡ଼ି ବସିଥିଲା CBI । ଖଣି ମାମଲାର ରଫାଦଫା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ପ୍ରଥମେ  ୨୦ ଲକ୍ଷ ଟଙ୍କା ଓ ପରେ ୩୦ ଲକ୍ଷ ଦେବାର ଯୋଜନା ରହିଥିଲା । ହେଲେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଚିନ୍ତନ ରଘୁବଂଶୀ ଧରାପଡିଛନ୍ତି ।

ଜଣେ ବ୍ୟବସାୟୀଙ୍କ ନାଁରେ ଥିବା ED ମାମଲାର ରଫାଦଫା ପାଇଁ ଲାଞ୍ଚ ନେଉଥିଲେ ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ । ଖୋଦ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ଲାଞ୍ଚ ନେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ରେଡ୍ ହ୍ୟାଣ୍ଡେଡ ଧରିଥିଲା CBI ଟିମ୍ । ଏହାପରେ ତାଙ୍କୁ ଜେରା କରାଯିବା ପରେ ସ୍ୱାସ୍ଥ୍ୟ ପରୀ‍କ୍ଷା କରାଯାଇଥିଲା । ପରେ ଗିରଫ କରାଯାଇଥିବା ଜଣାପଡ଼ିଛି ।