Odia News Portal

ଆଦିତ୍ୟ ଠାକରେଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଇଡି ଚଢାଉ

ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ଘନିଷ୍ଠ ସହଯୋଗୀ ସୁରଜ ଚାବନ,  ସଞ୍ଜୟ ରାଉତଙ୍କ ଘନିଷ୍ଠ ସହଯୋଗୀ ସୁଜିତ ପାଟକରଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି। କୋଭିଡ ସମୟରେ ଲାଇଫଲାଇନ କମ୍ପାନୀ ଅଧୀନରେ ହୋଇଥିବା କେତେକ ଦୁର୍ନୀତି ପାଇଁ ଇଡ଼ି ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ଅନୁସାରେ ଆଦିତ୍ୟ ଏବଂ ସଞ୍ଜୟ ରାଉତଙ୍କ ଘର ସମେତ ୧୦ଟି ସ୍ଥାନରେ ଇଡିର ଚଢାଉ ଚାଲିଛି।