Odia News Portal

କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ନିଷ୍ପତ୍ତି

ଭୁବନେଶ୍ୱର: ସ୍କୁଲ ଫି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଏପର୍ଯ୍ୟନ୍ତ ହାଇକୋର୍ଟଙ୍କ ନିର୍ଦ୍ଦେଶ ପହଞ୍ଚି ନାହିଁ । ଯାହା କିଛି ଗଣମାଧ୍ୟମରୁ ଜାଣିବାକୁ ପାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସି ବିଭାଗରେ ପହଞ୍ଚିବା ପରେ ତର୍ଜମା କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ହାଇକୋର୍ଟ କହିଛନ୍ତି, ଏମଓୟୁ ଅନୁସାରେ ସରକାର ଚାହିଁଲେ ସ୍କୁଲ ଫି’ କମାଇବା ପାଇଁ ନିର୍ଦ୍ଦେଶ ଦେଇପାରିବେ । ଯଦି ସରକାରଙ୍କ ନିର୍ଦ୍ଦେଶକୁ କୌଣସି ଘରୋଇ ସ୍କୁଲ ଅମାନ୍ୟ କରେ, ତେବେ ସରକାର ସେହି ସ୍କୁଲକୁ ଦେଇଥିବା ଏନଓସି ପ୍ରତ୍ୟାହାର କରିପାରିବେ । ଏହାସହ ଘରୋଇ ସ୍କୁଲ ମୁନାଫାଖୋର ନହେବାକୁ ପରାମର୍ଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।

ତେବେ ଗଜପତି ଜିଲ୍ଲାରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ କରୋନା ସଂକ୍ରମଣ ପ୍ରସଙ୍ଗରେ ମଧ୍ୟ ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ସ୍କୁଲ ଯିବା ପୂର୍ବରୁ ଶିକ୍ଷକମାନଙ୍କର କୋଭିଡ ଟେଷ୍ଟ ହୋଇଥିଲା । ଯେଉଁମାନେ ପଜିଟିଭ ହୋଇଛନ୍ତି ସେମାନେ ଆଇସୋଲେସନରେ ଅଛନ୍ତି । ଯେଉଁଠି ଶିକ୍ଷକ ଅଭାବ ରହିଛନ୍ତି ଅନ୍ୟ ସ୍ଥାନରୁ ଶିକ୍ଷକ ଆଣି ପାଠ ପଢାର ବ୍ୟବସ୍ଥା କରାଯାଉଛି । ସଂକ୍ରମଣ ପାଇଁ ବିଭାଗ ସଦା ସର୍ବଦା ସଜାଗ ରହିଛି ।