Odia News Portal

ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡିକୁ ଅଣ୍ଡାମାଡ

ରାଜ୍ୟରେ ଥମୁନି ଅଣ୍ଡାମାଡର ରାଜନୀତି । ଦିନକୁ ଦିନ ବଢିଚାଲିଛି ଅଣ୍ଡାମାଡ । ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରତିଦିନ ନେତା ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାରିବା ଘଟଣା ସାମ୍ନାକୁ ଆସୁଛି ।ଏହି ଅଣ୍ଡା ରାଜନୀତିରେ ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି ନେତା ମନ୍ତ୍ରୀ ମାନେ ।

ମମିତା ମେହେର ହତ୍ୟା ଘଟଣାକୁ ନେଇ ରାଜନୀତି ଅଶାନ୍ତ ରହୁଥିବା ବେଳେ ଏହାରି ଭିତରେ ମନ୍ତ୍ରୀଙ୍କ ଗାଡିକୁ ଅଣ୍ଡାମାରିବା ଘଟଣା ଆସିଛି । ତେବେ ଆଜି ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡିକୁ ଅଣ୍ଡାମାଡ କରିଛନ୍ତି କଂଗ୍ରେସ କର୍ମୀ । ଆଜି ମନ୍ତ୍ରୀ ସୁବର୍ଣ୍ଣପୁର ଜିଲ୍ଲାକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଆସିଥିବା ସମୟରେ ମନ୍ତ୍ରୀଙ୍କୁ ସେହି ଅଞ୍ଚଳରେ ବିରୋଧ କରାଯାଇ ଅଣ୍ଡାମାଡ କରାଯାଇଛି ।
ସୂଚନା ଅନୂସାରେ ମନ୍ତ୍ରୀ ଚଢେଇପଙ୍କକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଯାଉଥିବା ସମୟରେ ନାରାୟଣଟିକ୍ରା ଠାରେ କଂଗ୍ରେସ କର୍ମୀଙ୍କ ଦ୍ୱାରା ଅଣ୍ଡାମାଡ଼ କରାଯାଇଛି ।