Odia News Portal

ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ

ଦନ୍ତାହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ। ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ମାଗୁବେରେଣୀ ଗାଁରେ ଶୁକ୍ରବାର ଦନ୍ତାହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଗାଁ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ବୃଦ୍ଧଙ୍କୁ ଦନ୍ତାହାତୀ ଆକ୍ରମଣ କରିଥିଲା। ହାତୀଟି ବୃଦ୍ଧଙ୍କୁ ଶୁଣ୍ଢରେ କଚାଡି ଦେବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ହିନ୍ଦୋଳ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ହାତୀଟି ଆଖପାଖ ଅଞ୍ଚଳରେ ରହିଥିବା ନେଇ ସୂଚନା ମିଳିଛି।