Odia News Portal

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ତଳମୂଳ ପଞ୍ଚାୟତ ଶିମିଳିଛୁଇଁ ଗ୍ରାମରେ ହାତୀ ଆକ୍ରମଣ। ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର।

ସୂଚନା ଅନୁଯାୟୀ, ଶିମିଳିଛୁଇଁ ଗ୍ରାମର ଉତ୍ତମ ଦାସ ବନ କର୍ମଚାରୀଙ୍କ ଉପସ୍ଥିତିରେ ହାତୀ ଆଡକୁ ଚାଲି ଯାଇଥିଲେ। ବନ କର୍ମଚାରୀ ବାରଣ କରିବା ସତ୍ତ୍ୱେ ଉତ୍ତମ ମାନି ନଥିଲେ ଯାହା ଫଳରେ ହାତୀ ଉତ୍ତକ୍ଷିପ୍ତ ହୋଇ ତାଙ୍କୁ କଚାଡି ଦେଇଥିଲା। ଅନୁଗୋଳ, ତାଳଚେର, ବନ୍ତଳା ବନ କର୍ମଚାରୀଙ୍କ ଟଣା ଓଟରା ନୀତି ପାଇଁ ଏପରି ପରିସ୍ଥିତି ଉପୁଜିଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ହାତୀ କଚାଡ଼ିବା ଫଳରେ ଉତ୍ତମ ଗୁରୁତର ହୋଇଛନ୍ତି। ସଙ୍ଗେ ସଙ୍ଗେ ବନ କର୍ମଚାରୀ ଓ ଗ୍ରାମବାସୀଙ୍କ ସହାୟତାରେ ଉତ୍ତମକୁ ଆମ୍ବୁଲାନ୍ସ ସହାୟତାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।

ଉତ୍ତମଙ୍କ ମାନସିକ ଅବସ୍ଥା ଠିକ ନଥିବା କାରଣରୁ ସେ ହାତୀ ପାଖକୁ ଚାଲି ଯାଇଥିବା ଫଳରେ ଏପରି ଅବସ୍ଥା ସୃଷ୍ଟି ହୋଇଛି। ସେହିଭଳି ତିନି ବନ କର୍ମଚାରୀ ନିଜ ନିଜ ଭିତରେ ଟଣା ଓଟରା ନୀତି ପାଇଁ ସମ୍ପୂର୍ଣ୍ଣ ଗ୍ରାମବାସୀ ହଇରାଣ ହେଉଛନ୍ତି ବୋଲି ଗ୍ରାମର ଲୋକ କହିଛନ୍ତି। ଏପରି ବିପଦ ସମୟରେ ସମସ୍ତେ ମିଳିମିଶି କାର୍ଯ୍ୟ କରି ହାତୀର ଗତିବିଧି ଉପରେ ନଜର ରଖିବାକୁ ଶିମିଳିଛୁଇଁ ଗ୍ରାମବାସୀ ନିବେଦନ କରିଛନ୍ତି। (ଜୟନ୍ତ ପ୍ରଧାନ)