ସ୍କୁଲରେ ପଶିଲା ହାତୀ । ବାଟବଣା ହୋଇ ସ୍କୁଲ ଭିତରେ ପଶିଲା ଦନ୍ତା ହାତୀ । ଗତକାଲି ଠାରୁ ଏକ ଦନ୍ତା ହାତୀ ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଅଞ୍ଚଳରେ ଉପଦ୍ରବ ମଚାଇଛି । ଦନ୍ତାହାତୀ ପଟାପୋଲ ନିକଟରେ ଥିବା ଏକ ଘରୋଇ ସ୍କୁଲ ଭିତରେ ପଶିଯାଇଥିଲା । କିନ୍ତୁ ଗ୍ରୀଷ୍ମ ଛୁଟି ଥିବାରୁ ବିଦ୍ୟାଳୟ ବନ୍ଦ ଯୋଗୁ ଏକ ବଡ଼ ଅଘଟଣ ବର୍ତ୍ତି ଯାଇଛି । ତେବେ ହାତୀଟି ଗାଁ ଭିତରେ ବିଚରଣ କରୁଥିବାରୁ ଭୟ ଭିତରେ ରହିଛନ୍ତି ସ୍ଥାନୀୟବାସୀ । ଖବର ପାଇ ଚାନ୍ଦିପୁର ବନବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି ।ଅନ୍ୟପଟେ, ବାଲେଶ୍ଵର ଚାନ୍ଦିପୁର ଛାଡି ଯାଉନି ହାତୀ । ଗାଁରେ ହାତୀ, ଭୟଭୀତ ଗ୍ରାମବାସୀ । ହାତୀଙ୍କ ଉପଦ୍ରଵ ପାଇଁ ଗାଁରେ ଆତଙ୍କ ସୃଷ୍ଟି କରିଛି । ହାତୀ ସମସ୍ତଙ୍କୁ ହଇରାଣ କରୁଛି । ହିଡିଗାଁ ପଂଚାୟତ ଶାଳପଡାରେ ବୁଲୁଛି ହାତୀ । ଭୟରେ ଘରୁ ବାହାରିପାରୁନାହାନ୍ତି ଗାଁର କିଛି ଲୋକ । ଆଉ କିଛି ଭୟରେ ଘର ଛାଡି ଦୂରକୁ ପଳାଉଛନ୍ତି । ଏହାସହ କିଛି ଲୋକ ରାତି ଉଜାଗର ହୋଇ ହାତୀ ଘଉଡାଉଛନ୍ତି। ଚାନ୍ଦିପୁର ବନବିଭାଗ ଓ ପୋଲିସ ହାତୀର ଗତିବିଧି ଉପରେ ନଜର ରଖିଛନ୍ତି। ଏବେ ହାତୀଟି ଜଙ୍ଗଲ ଆଡକୁ ଯାଉଥିବା ସୂଚନା ମିଳିଛି ।
