ସହରରେ ବୁଲୁଛି ହାତୀ । ଜଙ୍ଗଲ ଯିବାର ନା’ ଧରୁନି ଗୋଠ ଛଡ଼ା ଦନ୍ତା । ହାତୀ ଘଉଡ଼ାଇବାକୁ ନାକେଦମ ବନବିଭାଗ । ବାଲେଶ୍ୱରର କୁଲଡିହା ଜଙ୍ଗଲରୁ ଏକ ଗୋଠ ଛଡ଼ା ଦନ୍ତା ଦୀର୍ଘ ୧୦ ଦିନରୁ ଊର୍ଦ୍ଧ ହେବ ସହର ମୁହାଁ ହୋଇଛି । ଆଜି ଭୋରୁ ହାତୀଟି ଘସିପୁରା ବସଷ୍ଟାଣ୍ଡ ନିକଟ ଦେଇ ଜାତୀୟ ରାଜପଥ ୨୦ରେ ଘୁରି ବୁଲୁଛି । ହାତୀକୁ ଦେଖି ଲୋକେ ଭୟଭୀତ । ସହରର ବିଭିନ୍ନ ଗାଁ ଗାଁ ବୁଲିବା ସହ ଆତଙ୍କ ଖେଳାଇଛି ଗୋଠ ଛଡ଼ା ଦନ୍ତା । ପ୍ରଥମେ ହଦଗଡ଼ ହସ୍ତୀ ଅଭୟାରଣ୍ୟ ଓ ପରେ ବ୍ରାହ୍ମଣିପାଳ ଜଙ୍ଗଲ ତାପରେ ବରାଙ୍ଗ ଜଙ୍ଗଲ ଦେଇ ଗତକାଲି ଠାରୁ ଗାଁ କୁ ଗାଁ ଘୁରି ବୁଲୁଛି ଏହି ଗୋଠ ଛଡ଼ା ଦନ୍ତା । ବନବିଭାଗ ନିଜ ଟ୍ରାକରେ ହାତୀକୁ ରଖି ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖି ବିଫଳ ହୋଇଛି । ସେପଟେ ହାତୀ ନିକଟକୁ ଲୋକେ ନଯିବାକୁ ସତର୍କ କରାଉଛି ବନବିଭାଗ ।
