Odia News Portal

ବାରରେ ଚାଲିଥିଲା ଯୁବପୀଢିଙ୍କ ରଙ୍ଗିନ ଡ୍ୟାନ୍ସ, ସିଲ୍ କଲା ବିଏମସି

କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏମ୍ବାସୀ ବାରକୁ ବିଏମସି ସହାୟତାରେ ସିଲ୍ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ବାରରେ ପ୍ରାୟ ୫ ଶହରୁ ଅଧିର ଯୁବକ ଯୁବତୀ ଥିବା ବେଳେ ଖବର ପାଇ ଅତର୍କିତ ଚଢ଼ାଉ କଲା ପୋଲିସ ।

କରୋନା କଟକଣାକୁ ଫୁ

ରାତି ୧୦ଟାରେ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହେବା ପରେ ଏହି ବାରରେ ଚାଲୁଥିଲା ଡ୍ୟାନ୍ସ । କେତେବେଳେ ମଦ ନିଶାରେ ଯୁବକ ଯୁବତୀମାନେ ରାସ୍ତା ଉପରେ ହଙ୍ଗାମା କରୁଥିଲେ ତ କେତେବେଳେ ଅର୍ଦ୍ଧନଗ୍ନ ଅବସ୍ଥାରେ ବୁଲୁଥିଲେ । କାନଫଟା ଡିଜେରେ ବାର୍‌ ସହିତ ତା’ ଚତୁଃପାଶ୍ୱର୍ ବି ପ୍ରକମ୍ପିତ ହେଉଥିଲା । ଲାଗୁଥିଲା କରୋନା କଟକଣା ବୋଲି କିଛି ନାହିଁ । ସାମାଜିକ ଦୂରତା ତ ଛାଡ଼ନ୍ତୁ ସାମାନ୍ୟ ହିତାହିତ ଜ୍ଞାନ ବି ଭୁଲି ଯାଇଥିଲେ । ଏମିତି ପରିସ୍ଥିତି ହେଉଛି ଯେ ସେ ରାସ୍ତାରେ ଯିବା ଆସିବା କରିବା ମୁସ୍କିଲ ହୋଇପଡୁଥିଲା । ମୁଖ୍ୟତଃ ଆଖ ପାଖରେ ରହୁଥିବା ବାସିନ୍ଦାମାନେ ସେହି ରାସ୍ତା ଦେଇ ଯିବା ଆସିବା କରିବା ସୁରକ୍ଷିତ ମଣୁ ନଥିଲେ । ଏ ବିଷୟରେ ପୋଲିସ ପାଖରେ ଅନେକ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଏହା ସହ ଚୋରା ନିଶା କାରବାର ହେଉଥିବା ମଧ୍ୟ ଅଭିଯୋଗ ରହିଥିଲା । ସବୁଠୁ ବଡ଼ କଥା ହେଲା ପୋଲିସ ସବୁ ଜାଣିକି ବି ଚୁପ୍‌ ବସିଥିଲା । ଅଧିକ ବିରୋଧ ହେବାରୁ ପୋଲିସ ଚଢ଼ଉ କରିଥିଲା ।

ବାରରେ ରଙ୍ଗୀନ ଲାଇଟ ସାଙ୍ଗକୁ ଡିଜେ ଗୀତରେ ଦୁଲୁକୁଥିଲା ବାର । ଏହା ସହ ବିଭିନ୍ନ ହିନ୍ଦୀ ଗୀତର ତାଳେ ତାଳେ ମସୁଗୁଲ ଥିଲେ ଯୁବପୀଢ଼ି । ନିୟମ ଉଲ୍ଲଂଘନ ଅଭିଯୋଗରେ ବାର ମ୍ୟାନେଜରଙ୍କ ସହ ୩ ଜଣଙ୍କୁ ପୋଲିସ ଅଟକ ରଖିଛି । ଭୁବନେଶ୍ୱରରେ ଏବେବି ନାଇଟ କର୍ଫ୍ୟୁ ଜାରି ରହିଛି । ଏଭଳି କ୍ଷେତ୍ରରେ ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ ।