ଓୟୋ ରୁମରେ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ ଘଟଣା, ହତ୍ୟା ମାମଲା ରୁଜୁ କଲା ପୋଲିସ୍ By Swadhikar News Last updated Feb 28, 2026 ଭୁବନେଶ୍ବରରେ ବହୁଚଚ୍ଚିତ ଓୟୋ ରୁମରେ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ ଘଟଣା । ହତ୍ୟା ମାମଲା ରୁଜୁ କଲା ପୋଲିସ୍ । ସନ୍ଦେହଜନକ ମୃତ୍ୟୁ ଘଟଣାରେ ହତ୍ୟା ମାମଲାରେ ପୋଲିସ ପୁଣି ଛାନଭିନ ଆରମ୍ଭ କରିଛି । ସନ୍ଦେହ ଘେରରେ ହୋଟେଲରେ ଥିବା ଛାତ୍ରଙ୍କ ପ୍ରେମିକା । ଥାନାକୁ ଡାକିଲେ ମଧ୍ୟ ଆସୁନାହାନ୍ତି ପ୍ରେମିକା । ପୋଲିସକୁ ତଦନ୍ତରେ କରୁନାହାନ୍ତି ସହଯୋଗ । ପ୍ରେମିକା ଓ ତାଙ୍କ ସହ ଥିବା ଅନ୍ୟ ପୁରୁଷ ବନ୍ଧୁ ମାନଙ୍କୁ ସଂଦେହ ଘେରକୁ ନେଇଛି ପୋଲିସ ।ଖୁବଶୀଘ୍ର ଓୟୋ ରୁମ ହତ୍ୟା ସସ୍ପେନ୍ସରୁ ପରଦା ହଟିବ । ଏବେ ପୋଲିସ ର ସଂଦେହ ଘେରରେ ଅନେକ ଅଛନ୍ତି। ସେଦିନ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଜୋରଦାର। ସେହିଭଳି ଅନଲାଇନ ଖାଦ୍ୟ ଅର୍ଡର ସଂସ୍ଥାର ଡେଲିଭରିି ବୟକୁ ପଚରାଉଚରା କରିବ ପୋଲିସ । ଇଞ୍ଜିନିୟର ଛାତ୍ରଙ୍କ କଲ ଡିଟେଲସ ଯାଂଚ କରାଯାଉଛି । ହୋଟେଲ ରୁମର ଘଟଣା କ୍ରମ ସଂଦେହ ଜନକ ରହିଛି । ପ୍ରେମିକା ସହ ଏକାଠି ଥିବାବେଳେ କେମିତି ହେଲା ଇଞ୍ଜିନିୟର ବୁବୁନା ପ୍ରଧାନଙ୍କ ମୃତ୍ୟୁ, ସେନେଇ ପ୍ରେମିକାକୁ ଖୁବଶୀଘ୍ର ପଚରାଉଚରା କରିବ ପୋଲିସ । ଗତ ୨୦ ଫେବୃଆରୀ ରାତିରେ ଘଟିଥିଲା ବୁବୁନାଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର ହୋଇଥିଲା । ବୁବୁନାକୁ ଓୟୋ ରୁମରେ କିଭଳି ହତ୍ୟା କରାଗଲା ତଦନ୍ତ କରୁଛି ଏୟାରପୋର୍ଟ ଥାନା ପୋଲିସ । ପୋଖରିପୁଟରୁ ଏକ ଓୟୋ ରୁମରୁ ମିଳିଥିଲା ବୁବୁନାଙ୍କ ମୃତଦେହ । swadhikarswadhikar news Share