Odia News Portal

୨୦ ଲକ୍ଷ ଟଙ୍କାର ଧଳା ଜହର ଜବତ

ପୁରୀ : ଆଜି ପୁରୀରୁ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ସିଦ୍ଧ ମହାବୀର ଲେବୁଲ କ୍ରସିଂରୁ ୨୦୦ ଗ୍ରାମ ବ୍ରାଉନସୁଗର ଅବକାରୀ ବିଭାଗ ଦ୍ୱାରା ଜବତ କରାଯାଇଛି । ଯାହାର ମୂଲ୍ୟ ଅନୁମାନିକ ୨୦ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୨ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଶିବ ପ୍ରସାଦ ବେହେରା ଓ ରଘୁନାଥ ଦାସ । ସୂଚନାନୁଯାୟୀ , ପୁରୁଷୋତ୍ତମ ଏକ୍ସପ୍ରେସ ଟ୍ରେନ୍‌ ଯୋଗେ ବାଲେଶ୍ୱରରୁ ଏହି ବ୍ରାଉନସୁଗରର ଚୋରା ଚାଲାଣ ହେଉଥିଲେ । ଏହି ସମୟରେ ଅବକାରୀ ବିଭାଗ ଖବର ପାଇ ଚଢ଼ାଉ କରି ସିଦ୍ଧମହାବୀର ରେଳ ଫାଟକ ନିକଟରୁ ବ୍ରାଉନସୁଗାର ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରିଛି ।