ବିନିକାରେ ନକଲି ନୋଟ୍ ରାକେଟ୍ ଠାବ, ୪ ଲକ୍ଷ ୧୫ ଶହ ଟଙ୍କାର ନକଲି ନୋଟ୍ ଜବତ By Swadhikar News Last updated Oct 26, 2025 ବିନିକାରେ ନକଲି ନୋଟ୍ ରାକେଟ୍ ଠାବ । ସୁବର୍ଣ୍ଣପୁର ବିନିକା ଅଞ୍ଚଳରେ ଚାଲିଥିଲା ବଡ଼ ଧରଣର ନକଲି ନୋଟ ରାକେଟ୍। ବିଭିନ୍ନ ସ୍ଥାନରେ ଚଢାଉ କରି ୪ଲକ୍ଷ ୧୫ଶହ ଟଙ୍କାର ନକଲି ନୋଟ୍ ଜବତ କରିଛି ପୋଲିସ । ଏଥିରେ ସଂପୃକ୍ତ ଥିବା ଫୁଲମୁଠି ଗାଁର ଅଭିଷେକ ହୋତା, ବିନିକା ବେତେରାପଡ଼ାର ଅଶୋକ ନାଏକ ଏବଂ ନକିଲି ଟଙ୍କା ନେଇଥିବା ଲଛିପୁର ଥାନା ରେଙ୍ଗାଲିଟିଜ୍ରା ଗାଁର ଜୟ ନାରାୟଣ ବସ୍ତିଆଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୮୦୩ ଖଣ୍ଡ ୫୦୦ ଶହ ଟଙ୍କିଆ ନକଲି ନୋଟ ଜବତ କରିଥିବା ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ।ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଜାଲ୍ ନୋଟ୍ କାରବାର ସମ୍ପର୍କରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ନାୟକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇଥିଲେ। ଏନେଇ ସେ ବିନିକା ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନଙ୍କୁ ଅନୁସନ୍ଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଟିମ୍ ତତ୍ପରତା ପ୍ରକାଶ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ଏଥିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା। latest odia newsswadhikarswadhikar news Share