ବଜ୍ରାଘାତରେ ଯୁବ ଚାଷୀ ମୃତ By Swadhikar News Last updated Oct 21, 2025 ଚାଷଜମିରେ ପାଣି ଛାଡ଼ିବାକୁ ଯାଇଥିବା ବେଳେ ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ବଗି ନାଚିକା (୨୦)। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତ ଅନ୍ତର୍ଗତ ସାନତଡ୍ରା ଗାଁ ନିକଟରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଆଜି ଅପରାହ୍ନ ସମୟରେ ହଠାତ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା ସେହି ସମୟରେ ସାନତଡ୍ରା ଗାଁର କୃଷ୍ଣ ନାଚିକାଙ୍କ ପୁଅ ବୋଗି ନାଚିକା ଗାଁ ଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା କେନ୍ଦୁଗୁଡ଼ାରେ ଥିବା ନିଜ ଚାଷଜମିରେ ପାଣି ଛାଡ଼ିବା ସମୟରେ ବଜ୍ରପାତରେ ଆହତ ହୋଇଥିଲେ ବୋଲି ଗ୍ରାମବାସୀ କହିଛନ୍ତି।କିଛି ସମୟ ପରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ପରିବାର ଲୋକ ଖବରପାଇ ଶବ ଉଦ୍ଧାର କରି ମେଡିକାଲକୁ ନେଇଥିଲେ। ଏଣେ ଘଟଣା ସମ୍ପର୍କରେ ସୂଚନା ପାଇ କଲ୍ୟାଣସିଂହପୁର ଥାନା ପୁଲିସ ଟିମ୍ ସହିତ ପହଞ୍ଚି ତଦନ୍ତ ଜାରି ରଖିବା ସହ ଆସନ୍ତାକାଲି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ନେଇ ଥାନା ଅଧିକାରୀ ନୀଳକଣ୍ଠ ବେହେରା ସୂଚନା ଦେଇଛନ୍ତି। swadhikarswadhikar news Share