Odia News Portal

ବିଧାନସଭାରେ ଥମୁନି ଚାଷୀ ଝଡ଼, ଆଜି ତୁମ୍ବିତୋଫାନ କରିପାରନ୍ତି ବିରୋଧୀ

ବିଧାନସଭାରେ ଥମୁନି ଚାଷୀ ଝଡ଼ । ଗୃହ ଭିତରେ ଓ ବାହାରେ ଧାନ ତାତି । ଧାନ କିଣା ଅବ୍ୟବସ୍ଥାକୁ ନେଇ ତାତିଲେ ବିରୋଧୀ । ବିଧାନସଭା ବଜେଟ ଧିବେଶନର ତୃତୀୟ ଦିନରେ ଆଜି ବି ଚାଷୀ ଝଡ ଦେଖିବାକୁ ମିଳିପାରେ । ଗତକାଲି ଭଳି ଆଜି ଚାଷୀ ପ୍ରସଙ୍ଗରେ ତୁମ୍ବିତୋଫାନ କରିପାରନ୍ତି ବିରୋଧୀ । ମଣ୍ଡିରେ କଟନି-ଛଟନି, ଇନପୁଟ୍ ସବସିଡିରେ ୧୫୦ କ୍ୱିଣ୍ଟାଲ୍ ସୀମା, ୬୯ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଙ୍କୁ ନଦେବା ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରି ପାରନ୍ତି । ଗତକାଲି ବ୍ୟାନର ଓ ଧାନ ଗୃହ ମଧ୍ୟଭାଗକୁ ଆଣି ନାରାବାଜି କରିଥିଲେ । ଫଳରେ ଗୃହ ଦିନ ତମାମ ଅଚଳ ହୋଇ ପଡିଥିଲା । ହଟ୍ଟଗୋଳ ଯୋଗୁଁ ତିନି ଥର ଗୃହ ମୁଲତବୀ ହୋଇଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଅଧିବେଶନର ଦ୍ୱିତୀୟ ଦିନରେ ମାତ୍ର ୭ ମିନିଟ୍ ଚାଲିଥିଲା ଗୃହକାର୍ଯ୍ୟ । ଆଜି ବିରୋଧୀଙ୍କ ସେହି ସମାନ ଆଭିମୁଖ୍ୟ ବିଧାନସଭାରେ ଦେଖିବାକୁ ମିଳିପାରେ ।