Odia News Portal

ପୁଅର ଗୁଳିରେ ବାପା ମୃତ

ପୁଅର ଗୁଳିରେ ବାପ ର ମୃତ ।ଘରୋଇ ଝଗଡା ନେଲା ଉଗ୍ର ରୂପ । ଉଦଳା ଥାନା କାଶିକୁଣ୍ଡଳ ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଉଦଳା ଥାନା କାଶିକୁଣ୍ଡଳ ଅଞ୍ଚଳରେ ଗତ ବିଳମ୍ବିତ ରାତିରେ ବାପ ପୁଅଙ୍କ ମଧ୍ୟରେ ଘରୋଇ ବିବାଦକୁ ନେଇ ଝଗଡା ହୋଇଥିଲା । ଝଗଡା ଏତେ ଉଗ୍ର ଥିଲା ଯେ ବାପା ଟିଲୁ ନାୟକଙ୍କୁ ଦେଶି ବନ୍ଧୁକରେ ଗୁଳିକରି ହତ୍ୟା କଲା ପୁଅ କୈଳାସ ନାୟକ। ଗତ ବିଳମ୍ବିତ ରାତ୍ରରେ କାଶିକୁଣ୍ଡଳ ଗ୍ରାମରେ ବାପା ଖାଇବାକୁ ବସିଥିବା ବେଳେ କୌଣସ କାରଣରୁ ବାପା ପୁଅ ମଧରେ ବଚସା ହୋଇଥିଲା । ପୁଅ ଉତକ୍ଷିପ୍ତ ହୋଇ ଘରେ ଥିବା ଦେଶି ବନ୍ଧୁକରେ ଗୁଳି କରିଥିଲା । ଗୁଳିଟି ବେକ ପାଖରେ ବାଝିଥିବା ବେଳେ ସେଇଠି ଟଳି ପଡିଥିଲେ ଟିଲୁ ନାୟ । ଗୁଳି ଶଦ୍ଦ ଶୁଣି ପଡୋଶୀ ଘରେ ପଶିବାକୁ ଚେଷ୍ଟା କରିଥିଲେ ମାତ୍ର ପୁଅ କୈଳାସ ବନ୍ଧୁକ ଦେଖାଇ ସମସ୍ତକୁ ଧମକ ଦେଇଥିଲେ । ସମସ୍ତ ଚାଲିଯିବାର ସୁଯୋଗ ନେଇ ନିଜ ସ୍ତ୍ରୀ ଓ ପିଲାଙ୍କୁ ଧରି ଫେରାର ହୋଇଯାଇ ଥିଲା । ଖବର ପାଇ ଉଦଳା ପୋଲିସ ଆଜି ସକାଳେ କାଶିକୁଣ୍ଡଳ ଗ୍ରାମରେ ପହଞ୍ଚିବ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ରୁ ଗୁଳି ବଦଳରେ ରଡ ଖଣ୍ଡ ଵ୍ୟବହାର ହେଇଥିବା ଜଣା ପଡିଛି । ସାଇଣ୍ଟିଫିକ ଟିମର ସହାୟତା ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିବା ସହ ଶବକୁ ଜବତ କରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।