ସନ୍ଧ୍ୟା ହେଲେ ଭାଲୁ ଭୟ । ବାହାରକୁ ବାହାରୁ ନାହାନ୍ତି ଲୋକ । କୋରାପୁଟ ଜିଲ୍ଲା କୁନ୍ଦୁରା ଅଞ୍ଚଳରେ ଭାଲୁ ଆତଙ୍କ। ଦୁଇ ସପ୍ତାହ ହେଲା ପ୍ରତିଦିନ ଆସୁଛନ୍ତି ଏକାଧିକ ଭାଲୁ । ନାକେଦମ୍ ହେଲାଣି ବନବିଭାଗ । ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି ଭାଲୁ।
ହୋଟେଲ, ଜଳଖିଆ ଦୋକାନ, ଫଳ ଦୋକାନ ଆଦି ଅଞ୍ଚଳକୁ ଯାଉଛନ୍ତି । ଏକାସାଙ୍ଗେ ୭ରୁ ୮ଟି ଭାଲୁ ଆସୁଛନ୍ତି । ଖାଦ୍ୟ ଖାଇବା ପରେ ପୁଣି ଜଙ୍ଗଲକୁ ପଳାଉଛନ୍ତି । ତେଣୁ ପ୍ରତିଦିନ ସନ୍ଧ୍ୟା ୬ଟାରୁ ରାତି ୧୨ଟା ଯାଏ ପ୍ରାୟ ୧୫ଜଣ ବନବିଭାଗ କର୍ମଚାରୀ ପହରା ଦେଉଛନ୍ତି ।
