Odia News Portal

ଲକଡାଉନ ନ ଲଗାଇବାକୁ ନବୀନଙ୍କୁ ଅନୁରୋଧ କଲା ଫିକ୍କି

*ପୁଣି ଥରେ ଲକଡାଉନ ହେଲେ ଅର୍ଥନୀତି ଭୁଷୁଡ଼ି ପଡ଼ିବ ।

ଭୁବନେଶ୍ୱର : ଓଡ଼ିଶା ସମେତ ସାରା ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବଢି ଚାଲିଥିବାବେଳେ ଓଡ଼ିଶା ସରକାର ଆସନ୍ତା ୧୭ ତାରିଖରୁ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଓ ୧୦ଟି ସୀମାବର୍ତ୍ତୀ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ ଘୋଷଣା କରିଛନ୍ତି  । ତେବେ ରାଜ୍ୟରେ ପୁଣି ଥରେ ଲକଡାଉନ, ଏପରିକି ଆଂଶିକ  ଲକଡାଉନ ମଧ୍ୟ ନ ଲଗାଇବାକୁ ଶିଳ୍ପ ସଂଗଠନ ଫିକ୍କି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ଫିକ୍କି ପକ୍ଷରୁ କୁହାଯାଇଛି ଯେ ଗତ ବର୍ଷ ଲକଡାଉନ ଲାଗୁ କରିବା ଜରୁରୀ ଥିଲେ ମଧ୍ୟ ତାହାଯୋଗୁଁ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏବେ ଧୀରେ ଧୀରେ ସ୍ଥିତିରେ ସୁଧାର ଅ।ସୁଥିବାବେଳେ ପୁଣି ଥରେ ଲକଡାଉନ ଲଗାଇଲେ ଅର୍ଥନୀତି ପୁଣି  ନିମ୍ନଗାମୀ ହେବ ।ଲକଡାଉନ କରିବା ବଦଳରେ ସରକାର କୋଭିଡ୍ ପରୀକ୍ଷା ବୃଦ୍ଧି କରିବା ସହ ଲୋକମାନଙ୍କୁ ସଚେତନ କରି ଓ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ଦେଇ କରୋନାର ମୁକାବିଲା କରିହେବ । କରୋନା ପରୀକ୍ଷା ସଂଖ୍ୟା ବୃଦ୍ଧି କରିବାକୁ ଅଧିକରୁ ଅଧିକ ଘରୋଇ ଲାବରୋଟୋରୀକୁ ଅନୁମତି ଦିଅ।ଯାଇପାରିବ ବୋଲି ବୋଲି ଫିକ୍କି କହିଛି ।