Odia News Portal

ରାଜ୍ୟରେ ପ୍ରକାଶ ପାଇଲା ପାର୍ଥୀ ତାଲିକା

ରାଜ୍ୟରେ ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା । ରାଜ୍ୟର ୮୫୩ଟି ଜିଲ୍ଲା ପରିଷଦ ଜୋନରେ ୩ ହଜାର ୪୧୮ ଜଣ ଲଢ଼େଇ ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଚିହ୍ନ ଧରି ପ୍ରଚାରକୁ ଓହ୍ଲାଇଲେ ପ୍ରାର୍ଥୀ । ରାତାରାତି ଛକ ବଜାରରେ ଲାଗିଯାଇଛି ଚିହ୍ନ ସହ ପ୍ରାର୍ଥୀଙ୍କ ବ୍ୟାନର ।
ଏମିତିକି ହ୍ଵାଟସଆପ୍ ଓ ଫେସବୁକରେ ମଧ୍ୟ ଚିହ୍ନ ବୁଲୁଛି । ଅନୁଗୁଳ ଜିଲ୍ଲାର ୨୮ଟି ଜିଲ୍ଲାପରିଷଦ ଜୋନରେ ମୋଟ ୧୦୭ ପ୍ରାର୍ଥୀ ଅଛନ୍ତି । ବରଗଡ଼ରେ ୩୪ଟି ଜୋନରେ ୧୧୮ ପ୍ରାର୍ଥୀ ଅଛନ୍ତି । ବଲାଙ୍ଗୀର ଜିଲ୍ଲର ୩୪ଟି ଜୋନରେ ଅଛନ୍ତି ୧୨୦ ପ୍ରାର୍ଥୀ ରହିଲେ । ଗଞ୍ଜାମ ଜିଲ୍ଲାରେ ୬୯ ଜୋନ ପାଇଁ ୨୫୬ ଜିଲ୍ଲା ପରିଷଦ ପ୍ରାର୍ଥୀ ଅଛନ୍ତି ।