କଟକକୁ ନିଆଁ ଭୟ। କଟକରେ ପୁଣି ଅଗ୍ନିକାଣ୍ଡ । କଟକ ଲିଙ୍କରୋଡ ସ୍ଥିତ ଏଲଆଇସି ଅଫିସରେ ଆଜି ଭୋର ସାଢ଼େ ୫ଟା ସମୟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ଖବର ପାଇ ଚଉଳିଆଗଞ୍ଜ ଫାୟାର ଷ୍ଟେସନ୍ ପକ୍ଷରୁ ତୁରନ୍ତ ଆସି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବାରୁ ଏଭଳି ଘଟଣା ଘଟିଛି ବୋଲି ଆସିଷ୍ଟାଣ୍ଟ ଫାୟାର ଅଫିସର କହିଛନ୍ତି।ଆଜି କଟକରେ ପୁଣି ଅଗ୍ନିକାଣ୍ଡ। କଟକ ଲିଙ୍କରୋଡ଼ ସ୍ଥିତ ଏଲଆଇସି କାର୍ଯ୍ୟାଳୟରେ ଆଜି ଭୋର ସାଢ଼େ ୫ଟା ସମୟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିଲା । ଖବର ପାଇ ଚାଉଳିଆଗଞ୍ଜ ଫାୟାର ଷ୍ଟେସନ୍ ପକ୍ଷରୁ ତୁରନ୍ତ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ ଏବଂ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ତିନୋଟି ଦମକଳ ଗାଡ଼ି । ୨୨ ଜଣ ଫାୟାର କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମର ଦୁଇ ଘଣ୍ଟା ପରେ ନିଆଁକୁ ଆୟତ୍ତ କରଯାଇଥିଲା । ନିଆଁ ଲାଗି ଏଲଆଇସି କାର୍ଯ୍ୟାଳୟରେ ଭିତରେ ଦୁଇଟି ରୁମରେ ଥିବା ସମସ୍ତ କାଗଜପତ୍ର ପୋଡ଼ି ଜଳି ନଷ୍ଟ ହୋଇ ଯାଇଛି ।ତେବେ ଏହାରି ଭିତରେ ସବୁଠାରୁ ବଡ଼ କଥା ହେଉଛି ଏଲଆଇସି କାର୍ଯ୍ୟାଳୟରେ ଭିତରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିଲା ବୋଲି ଆସିଷ୍ଟାଣ୍ଟ ଫାୟାର ଅଫିସର ସିଧା ସଳଖ ଭାବେ କହିଛନ୍ତି ।
