ବଲାଙ୍ଗିର ସହର ସାଗରପଡା ଛକରେ ଅଗ୍ନିକାଣ୍ଡ । ନିଆଁ ଲାଗି ୩ଟି ଦୋକାନ ଛାରଖାର ହୋଇଛି । ଉପ ଜିଲ୍ଲାପାଳ ଅଫିସ ନିକଟରେ ଥିବା ଗୋଟିଏ ଟାୟାର ଦୋକାନ ସହିତ ଦୁଇଟି ଛୋଟ ଦୋକାନ ଜଳି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ । ଆଜି ସକାଳୁ ସକାଳୁ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ଖବର ଦେବା ପରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡ ର କାରଣ ଜଣା ପଡ଼ିନାହିଁ । କେହି ଦୃର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି ।ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲାର ବ୍ରହ୍ମବରଦା ବଜାର ତାରିଣୀ ଛକରେ ଅଗ୍ନିକାଣ୍ଡ ଘଟିଥିଲା । ଭୟାବହ ଅଗ୍ନିକାଣ୍ଡରେ ଜଳିଯାଇଥିଲା ୭ ଦୋକାନ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା । ରାତି ପ୍ରାୟ ୨ଟା ସମୟରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଇଥିଲା ।ଏକ ଜଳଖିଆ ଦୋକାନ, ଚପଲ ଦୋକାନ, ସାଇକେଲ ଦୋକାନ, ଗଦି ଏବଂ ଲସି ଦୋକାନରେ ନିଆଁ ଲାଗିଯିବାରୁ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଥିଲେ । ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳେକୁ ୭ ଦୋକାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଥିଲା ।
