ବାଲେଶ୍ୱରରେ ଅଗ୍ନିକାଣ୍ଡ, ଜଳିଗଲା ୮ ବଖରା ଘର By Swadhikar News Last updated Mar 13, 2026 ଜଳିଗଲା ୮ ବଖରା ଘର । ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଶ୍ୟାମସୁନ୍ଦରପୁର ଗାଁର ବଳ ସାହିରେ ଅଗ୍ନିକାଣ୍ଡ । ୪ଜଣଙ୍କର ୮ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଘରର ସମସ୍ତ ଆସବାବ ପତ୍ର ଓ ଗୋଟିଏ ଗାଡ଼ି ପୋଡି ନଷ୍ଟ ହୋଇଯାଇଛି । ନଷ୍ଟ ହୋଇଥିବା ଜିନିଷର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ । ଭଦ୍ରକରୁ ୨ଟି ଦମକଳ ବାହୀନି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ବିପନ୍ନ ପରିବାରକୁ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ଲୋକେ ।ସେହିଭଳି ଗତକାଲି, ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ। ଜଳିଗଲା ଦୋକାନ। ଭରତପୁର ଥାନା କଳିଙ୍ଗ ଷ୍ଟୁଡିଓ ଛକରେ ବଡ଼ ଧରଣର ଅଗ୍ନିକାଣ୍ଡ। ଜଳିଗଲା ତାରିଣୀ ମାର୍କେଟର ରାସ୍ତା କଡ଼ରେ ଥିବା ଦୋକାନ। କଳିଙ୍ଗ ଷ୍ଟୁଡିଓ ଛକ ଉପରେ ଥିବା ମାର୍କେଟରେ ଲାଗିଲା ଭୟାବହ ଅଗ୍ନିକାଣ୍ଡ । ଜଳି ପୋଡି ପାଉଁଶ ହୋଇଛି ଦୋକାନ । ଗୋଟେ ପରେ ଗୋଟେ ଦୋକାନରେ ନିଆଁ ବ୍ୟାପି ଆଖି ପିଛୁଳାକେ ହୋଇଛି ପାଉଁଶ ।ନିଆଁ ଲାଗିବା ପଛର କାରଣ ଜଣା ପଡିନଥିବା ବେଳେ ମାର୍କେଟରେ ନିଆଁ ଲିଭାଇବା ହୋଇଛି କଷ୍ଟକର । ଏନେଇ ଖବର ପାଇବା ପରେ ଅଗ୍ନିଶମ ବାହିନୀ ପହଁଚିଥିଲା । ନିଆଁରେ ପୋଡ଼ି ଅଧିକାଂଶ ଦୋକାନ ପାଉଁଶ ହୋଇଛି । ଏନେଇ କେଉଁ କାରଣ ପାଇଁ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ଜଣାପଡ଼ି ନାହିଁ । ଏନେଇ ଲକ୍ଷାଧିକ ଟଙ୍କାର ଜିନିଷ ପୋଡ଼ି ନଷ୍ଟ ହୋଇଯାଇଛି । swadhikarswadhikar news Share