ହାଇକୋର୍ଟ ଗେଟ୍ ସମୁଖରେ ଅଗ୍ନିକାଣ୍ଡ, ହୁତୁ ହୁତୁ ହୋଇ ଜଳିଲା ଗାଡ଼ି By Swadhikar News Last updated Mar 31, 2026 ହାଇକୋର୍ଟ ଗେଟ ସମୁଖରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଯାହା ଫଳରେ ଗୋଟିଏ ସ୍କୁଟର, ଦୁଇଟି ବାଇକ ଓ ଗୋଟିଏ ସ୍କର୍ପିଓ ପୋଡି ପାଉଁଶ ହେଇଯାଇଛି । ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଲିଭାଇବାରେ ସକ୍ଷମ ହୋଇଛି । ଏଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ନିଆଁ ଲାଗିବା ଏକ ବିପଦ ଜନକ ଅବସ୍ଥା ସୃଷ୍ଟି କରିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନଥିଲେ ବି କୌଣସି ଇଭି ଯାନ ଯୋଗୁଁ ଏହି ଅଘଟମ ଘଟିଥିବା ଅନୁମାନ କରାଯାଉଛି । swadhikarswadhikar news Share