Odia News Portal

ପେପର ପ୍ଲେଟ୍ କାରଖାନାରେ ଅଗ୍ନିକାଣ୍ଡ, ୩ ମୃତ

ଆନ୍ଧ୍ରପ୍ରଦେଶଣ ଚିତ୍ତୁର ଜିଲ୍ଲାରେ ଥିବା ଏକ ପେପର ପ୍ଲେଟ୍ କାରଖାନାରେ ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟି ୩ ଜଣ ପ୍ରାଣ ହରାଇଥିବାବେଳେ ୧୧ ଜଣ ଆହତ ହୋଇଛନ୍ତି । ମୃତାହତମାନେ ଶ୍ରମିକ ଶ୍ରେଣୀର ବୋଲି ଜଣାପଡିଛି । ତିନିଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବାବେଳେ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।